Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ

    Share on :
    ajab-Image
    Date: Apr 12, 2026    Views: 3337

     ମଙ୍ଗଳବାର ଯାଏ ଗ୍ରୀଷ୍ମଲହରୀ: ୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
    ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନରେ କୁହାଯାଇଛି ।

    ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ୧୩ ତାରିଖ ମଧ୍ୟ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ରହିପାରେ । ୧୪ ତାରିଖ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ଜାରି ରହିବ । ୧୫ ଓ ୧୬ ତାରିଖରେ ବି ଗରମରୁ ତ୍ରାହି ମିଳିବନି ।

    ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୩ ଡିଗ୍ରୀ ରହିଥିଲା । ପାରଳାଖେମୁଣ୍ଡିରେ ୩୯, ହୀରାକୁଦରେ ୩୮.୮, ଝାରସୁଗୁଡ଼ାରେ ୩୮.୪, ତାଳଚେର, ନୟାଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ଥିଲା

    Maximum 500 characters

    ତାଜା ଖବର View all

    Find Us on Facebook