Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଖରା ଦିନେ ପିଉଛନ୍ତି କି ଥଣ୍ଡା ପାଣି? ଦେଖା ଦେଇପାରେ ସାଂଘାତିକ ସାଇଡ ଇଫେକ୍ଟ

    Share on :
    ajab-Image
    Date: Mar 9, 2026    Views: 2956

    ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ। ସକାଳ ୮ଟା ବାଜିଲେ ବାହାରକୁ ବାହାରିବାକୁ ଭୟ ଲାଗୁଛି। ଜରୁରୀସ୍ଥଳେ ଲୋକେ ବାହାରକୁ ଗଲେ ଜୀବନ ବିକଳରେ ଘରମୁହାଁ ହେଉଛନ୍ତି। ଏପରିକି ଘରକୁ ଫେରି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାକୁ ମନ ବଳାଇବା ସାଧାରଣ କଥା। ଏହା ସଙ୍ଗେ ସଙ୍ଗେ ଆପଣଙ୍କୁ ଆରାମ ଦେଇପାରେ ହେଲେ ଏହାର ସାଇଡ ଇଫେକ୍ଟ ଖୁବ୍‌ ଅଧିକ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଥଣ୍ଡା ପାଣି ପିଇବାକୁ ଯଥାସମ୍ଭବ ଏଡ଼ାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

    ଆସନ୍ତା ଜାଣିବା ଥଣ୍ଡା ପାଣି ପିଇଲେ କ’ଣ ସବୁ ସାଇଡ ଇଫେକ୍ଟ ବାହାରିଥାଏ।

    - ସବୁବେଳେ ଥଣ୍ଡା ପାଣି ପିଉଥିଲେ ଏହାଦ୍ୱାରା ହୃଦସ୍ପନ୍ଦନର ବେଗ ଗମ୍ଭୀର ଭାବେ ପ୍ରଭାବିତ ହୋଇଥାଏ। ଥଣ୍ଡା ପାଣି ଆମ ଶରୀରର ସ୍ନାୟୁ ପ୍ରଣାଳୀର ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ଯେଉଁଥିପାଇଁ ଆମର ହୃଦସ୍ପନ୍ଦନର ଗତି ମନ୍ଥର ହୋଇଯାଇଥାଏ। ଫଳରେ ଛାତିରେ ଯନ୍ତ୍ରଣା ହେବା ସମସ୍ୟା ଦେଖାଦେଇଥାଏ
    - ମେଦବହୁଳତା ବଢ଼ିବାର ଏକ ପ୍ରମୁଖ କାରଣ ନିୟମିତ ଭାବେ ଥଣ୍ଡା ପାଣି ପିଇବା ବୋଲି ଜଣାଯାଇଛି। ମୁଖ୍ୟତଃ ଅନିୟମିତ ଜୀବନଶୈଳୀ ପାଇଁ ଆଜିର ଯୁବପୀଢ଼ି ମୋଟାପଣର ଶିକାର ହେଉଛନ୍ତି। ଏହାବାଦ ଖାଇବା ପରେ ପରେ ତୁରନ୍ତ ଥଣ୍ଡା ପାଣି ପିଇ ଦେଲେ, ମୋଟାପଣ ବଢ଼ିବାର ସମ୍ଭାବନା ବହୁଗୁଣ ବଢ଼ି ଯାଇଥାଏ। ତେଣୁ ଡାଏଟିସିଆନ ଖାଇବା ପରେ ତୁରନ୍ତ ପାଣି ପିଇବାକୁ ବାରଣ କରିଥାନ୍ତି ।

    - ସବୁବେଳେ ଥଣ୍ଡା ପାଣି ପିଇବା ଥଣ୍ଡା, ଜ୍ୱର ଏବଂ କାଶର କାରଣ ହୋଇପାରେ। କାରଣ ସବୁବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ଲୋକମାନେ ଥଣ୍ଡା ଏବଂ କାଶ ଦ୍ୱାରା ସଂକ୍ରମିତ ହୋଇ ପାରନ୍ତି। ସେଥିପାଇଁ ଖାଇବା ପରେ ଥଣ୍ଡା ପାଣି ବଦଳରେ ନର୍ମାଲ ପାଣି ପିଇବା ଉଚିତ । ସବୁବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ଆଶଙ୍କା ବଢ଼ି ଯାଇଥାଏ।

    - ଅତ୍ୟଧିକ ଥଣ୍ଡା ପାଣି କିମ୍ବା ମୃଦୁ ପାନୀୟ ପିଇବା ରକ୍ତ କୋଷକୁ ପ୍ରଭାବିତ କରିଥାଏ । ଯାହା ସିଧାସଳଖ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ନିୟମିତ ଥଣ୍ଡା ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ସେଥିପାଇଁ ଥଣ୍ଡା ପାଣିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

    Maximum 500 characters

    ବିଶେଷ View all

    Find Us on Facebook