Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୋରିଷ ତେଲ ର ଉପକାରୀତା

    Share on :
    ajab-Image
    Date: Nov 25, 2021    Views: 2969


    ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଛି ସୋରିଷ ତେଲ । ଏହା ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ ସୋରିଷ ତେଲ, ଏଥିରେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ଜନିତ ହେଉଥିବା ସମସ୍ତ ସମସ୍ୟାକୁ ଦୂର କରିବା ସହ ଥଣ୍ଡା ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ସୋରିଷ ତେଲ ।

    ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ର ଉପକାରୀତା ସଂପର୍କରେ । 

     - ଆଣ୍ଠୁ,ଗଣ୍ଠି ଫୁଲିବା, ଯନ୍ତ୍ରଣା ହେବା ସମସ୍ୟାକୁ ଦୂର କରିଥାଏ ସୋରିଷ ତେଲ । ଯନ୍ତ୍ରଣା ହେଉଥିବା ସ୍ଥାନରେ ସୋରିଷ ତେଲ ଲଗାଇ ମାଲିସ କରିବା ଦ୍ୱାରା, ଆରାମ ମିଳିଥାଏ ।

     - ସୋରିଷ ତେଲ ଖାଦ୍ୟରେ ଗ୍ରହଣ କରିବା ଦ୍ୱାରା ଏହା ଶରୀରର ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସୋରିଷ ତେଲ । 

     - ସୋରିଷ ତେଲ ଥଣ୍ଡା,କାଶ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୁଏ । ଏହାକୁ ଉଷୁମ କରି ପାଦ ଓ ହାତରେ ଲଗାଇ ମାଲିସ କରିବା ଦ୍ୱାରା, ଆରାମ ଲାଗିଥାଏ । 
     - ଏହି ତେଲ ତ୍ୱଚା ଓ କେଶ ପାଇଁ ବହୁତ ଉପକାରୀ । ଖାସକରି ଏହି ତେଲ ଶୀତଦିନେ ତ୍ୱଚା ପାଇଁ ବେଶ ଲାଭଦାୟକ । ଏହାକୁ ତ୍ୱଚାରେ ଲଗାଇ ମାଲିସ କରିବା ଦ୍ୱାରା, ଏହା ତ୍ୱଚାକୁ ରୁକ୍ଷ ହେବାକୁ ଦେଇନଥାଏ ଏବଂ କୋମଳ କରିଥାଏ । କେଶ ପାଇଁ ମଧ୍ୟ ବେଶ ଉପକାରୀ ସାଜିଥାଏ ସୋରିଷ ତେଲ । 

    Maximum 500 characters

    ବିଶେଷ View all

    Find Us on Facebook