Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଫ୍ରିଜରେ ରଖୁଛନ୍ତି କି ଏ ସବୁ ଖାଦ୍ୟ ?

    Share on :
    ajab-Image
    Date: Jan 19, 2026    Views: 2754

    ଖାଦ୍ୟ ଅଧିକ ହେଇଗଲେ ଲୋକେ ତାକୁ ଫ୍ରିଜରେ ରଖି ପୁଣି ତା’ ପରଦିନ ଗରମ କରି ଖାଇବା ଲୋକଙ୍କର ଅଭ୍ୟାସ ହୋଇଗଲାଣି । ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ସାହାରା ସାଜିଛି ଫ୍ରିଜ୍‌ । ତେବେ କିଛି ଏପରି ଜିନିଷ ରହିଛି ଯାହାକୁ ଫ୍ରିଜରେ ରଖି ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ । 

    - ଅନେକ ଲୋକ ଅଛନ୍ତି ଯେଉଁମାନେ କି ଫ୍ରିଜରେ ପାଉଁରୁଟିକୁ ରଖିଥାନ୍ତି । ଯଦି ଆପଣବି ଏପରି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ପାଉଁରୁଟିକୁ ଫ୍ରିଜରେ ରଖି ଖାଇଲେ ପେଟ ଖରାପ ହେବାର ଭୟ ସବୁଠାରୁ ଅଧିକ ରହିଥାଏ । 
    - ସେହିପରି ଟମାଟୋ ସ୍ୱାସ୍ଥ୍ୟପାଇଁ ବହୁତ ଉପକାରୀ ପରିବାଟିଏ । ବିଲାତିକୁ ଫ୍ରିଜରେ ରଖି ଖାଇବା ଦ୍ୱାରା ଏହାର ସ୍ୱାଦ ଖରାପ ହେବା ସହ ପୋଷକତତ୍ତ୍ୱ ମଧ୍ୟ କମିଯାଇଥାଏ । 
    - ଖରାଦିନରେ ଲୋକେ ତରଭୁଜ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ଏହା ଶରୀରରେ ଜଳୀୟ ଅଂଶ ମଧ୍ୟ ବଢ଼ାଇଥାଏ । କିନ୍ତୁ ଲୋକେ ଏକା ବେଳରେ ଅଧିକାଂଶ ତରଭୁଜ କିଣି ଆଣି ଫ୍ରିଜରେ ରଖି ଖାଇଥାନ୍ତି । କିନ୍ତୁ ଫ୍ରିଜରେ ତରଭୁଜକୁ ରଖିଲେ ତା’ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ନଷ୍ଟ ହୋଇଯାଏ ।
    - କେତେ ଲୋକ ଅଛନ୍ତି ମହୁରେ ପିମ୍ପୁଡ଼ି ଲାଗିଯିବା ଭୟରେ ତାକୁ ଫ୍ରିଜରେ ରଖିଥାନ୍ତି । ଏମିତି କରୁଥିବା ଲୋକ ସତର୍କ ରୁହନ୍ତୁ । କାରଣ ମହୁକୁ ଫ୍ରିଜରେ ରଖିଲେ, ତାହା ବିଷାକ୍ତ ହୋଇଯାଇଥାଏ । 
    - ପିଆଜ, ରସୁଣକୁ ଫ୍ରିଜରେ ରଖି ଖାଇଲେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା ରୋଗ ହେବାର ଭୟ ରହିଥାଏ । 
    - କଟା ଫଳ, ପରିବାକୁ ଫ୍ରିଜରେ ରଖିଲେ ତା’ର ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook