Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ହୁ’ କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେବେ ହର୍ଷବର୍ଦ୍ଧନ

    Share on :
    ajab-Image
    Date: May 21, 2020    Views: 3945

    ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଡବ୍ଲୁଏଚଓ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମେ ୨୨ ତାରିଖ ଶୁକ୍ରବାର ହର୍ଷବର୍ଦ୍ଧନ ‘ହୁ’ର କାର୍ଯ୍ୟନିର୍ବାହୀ ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଜାପାନର ଡ.ହିରୋକି ନକଟାନୀ ‘ହୁ’ର କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପରେ ହର୍ଷବର୍ଦ୍ଧନ ଏହି ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ । ‘ହୁ’ର କାର୍ଯ୍ୟନିର୍ବାହୀ ପରିଷଦ ୩୪ ସଦସ୍ୟଙ୍କୁ ନେଇ ଗଠିତ । ଏହାର ସମସ୍ତ ସଦସ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ଭାବେ ଦକ୍ଷ । ପ୍ରତ୍ୟେକ ଏହି ପରିଷଦର ସଦସ୍ୟ ରାଷ୍ଟ୍ର ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକର କାର୍ଯ୍ୟକାଳ ୩ ବର୍ଷ । ଡବ୍ଲୁଏଚଓର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବର୍ଷକରେ ୨ ଥର ବସିଥାଏ । ପ୍ରମୁଖ ବୈଠକ ଜାନୁଆରୀରେ ବସିଥାଏ ଏବଂ ଦ୍ୱିତୀୟ ବୈଠକ ମେ’ ମାସରେ ହୋଇଥାଏ । ଡବ୍ଲୁଏଚଓ ଏକଜିକୁ୍ୟଟିଭ ବୋର୍ଡର ମୁଖ୍ୟ କାର୍ଯ୍ୟ ହେଉଛି ସ୍ୱାସ୍ଥ୍ୟସଭାର ନିଷ୍ପତ୍ତି ଓ ନୀତିକୁ କାର୍ଯ୍ୟକାରୀ କରିବା ଏବଂ ଏହାକୁ ପରାମର୍ଶ ଦେବା ସହ ଏହାର କାର୍ଯ୍ୟରେ ସହଯୋଗ କରିବା । ଉଲ୍ଲେଖଯୋଗ୍ୟ ଗତ ସୋମବାର ହୋଇଥିବା ୭୩ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ହର୍ଷବର୍ଦ୍ଧନ ଭାରତର କରୋନା ଯୁଦ୍ଧ ଉପରେ ସକାରାତ୍ମକ ମତ ରଖିଥିଲେ । ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀରେ ୧୯୪ଟି ସଦସ୍ୟ ରାଷ୍ଟ୍ର ଭାରତର ପ୍ରସ୍ତାବିତ ସଦସ୍ୟଙ୍କୁ ନିର୍ବାଚିତ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook