ମୁଖ୍ୟ ଖବର
ନୂଆଦିଲ୍ଲୀ : ଶେଷ ନିଃଶ୍ଵାସ ତ୍ୟାଗ କଲେ ହରିଶ ରାଣା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୩୨ ବର୍ଷୀୟ ହରିଶ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଆଜି ଦକ୍ଷିଣ ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ କରାଯିବ। ତାଙ୍କ ପିତା ଅଶୋକ ରାଣାଙ୍କ ଘନିଷ୍ଠ ବନ୍ଧୁ ଦୀପାଂଶୁ ମିତ୍ତଲ ଏ ନେଇ ସୂଚନା ଦେଇଛନ୍ତି। ଭାରତର ପ୍ରଥମ ବ୍ୟକ୍ତି ଭାବେ ହରିଶଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଥିଲା। ଦୀର୍ଘ ୧୩ ବର୍ଷ ଧରି କୋମାରେ ରହିବା ପରେ ଶେଷରେ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି ହରିଶ। କୋର୍ଟ ନିର୍ଦେଶ ଦେବା ପରେ ମେଡିକାଲ ବୋର୍ଡର ତତ୍ଵାବଧାନରେ ହରିଶଙ୍କ ଶରୀରରୁ ଜୀବନ ରକ୍ଷାକାରୀ ପ୍ରଣାଳୀ କଢାଯାଇଥିଲା। ପୁଅର ଅସହ୍ୟ କଷ୍ଟ ଦେଖିବା ପରେ ମା ବାପା କୋର୍ଟଙ୍କ ଦ୍ଵାରସ୍ଥ ହୋଇ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ।
Comments ସମସ୍ତ ମତାମତ