ମୁଖ୍ୟ ଖବର
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି । ଅବସର ପରେ ହରଭଜନ ସିଂହ ରାଜନୀତିରେ ପାଦ ଦେବା କିମ୍ବା କୋଚିଂ ଦୁନିଆରେ ପାଦ ଦେବାକୁ ନେଇ ଚର୍ଚ୍ଚା ଜୋର ରହିଛି । ଏବେ ଖୋଦ୍ ହରଭଜନ ଏହାର ଜବାବ ଦେଇଛନ୍ତି । ହରଭଜନ ରାଜନୀତିକୁ ଆସିବା ବିରୋଧରେ ନାହାନ୍ତି, କିନ୍ତୁ ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରିବେ ବୋଲି କହିଛନ୍ତି।
ଗତ କିଛି ତଳେ ନବଜୋତ ସିଂହ ସିନ୍ଧୁଙ୍କ ସହ ହରଭଜନ ସିଂହଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଫଟୋ ସହିତ, ସେ ଲେଖିଥିଲେ ଯେ 'ସମ୍ଭାବ୍ୟ ପୂର୍ଣ୍ଣ ଚିତ୍ର' । ଏହି କାରଣରୁ ତାଙ୍କର ରାଜନୀତିରେ ପ୍ରବେଶକୁ ନେଇ କଳ୍ପନାଜଳ୍ପନା ଚାଲିଛି । ହରଭଜନ କହିଛନ୍ତି ଯେ, ସେ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ।ହରଭଜନ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସ୍ପଷ୍ଟ ଭାବେ କହିବି ତ ପରବର୍ତ୍ତୀ ସମୟରେ କ’ଣ ହେବ ମୁଁ ଜାଣେ ନାହିଁ । ମୁଁ କେଉଁ ଦିଗକୁ ଯିବାକୁ ଚାହୁଁଛି ଏହା ଜାଣିବାକୁ ୨-୩ ଦିନ ସମୟ ଦରକାର । ହଁ, ମୁଁ ସମାଜକୁ ଫେରିବାକୁ ଚାହୁଁଛି । ସେ କହିଛନ୍ତି ଯେ, ଯଦି ମୁଁ ରାଜନୀତିରେ ଯୋଗଦେବି ତା’ହେଲେ କିପରି କିମ୍ବା କେଉଁ ଉପାୟରେ ମୋତେ ଏହିସବୁ ବିଷୟରେ ମଧ୍ୟ ବିଚାର କରିବାକୁ ପଡିବ, କାରଣ ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କୁ ସାହାଯ୍ୟ କରିବା, ଯଦି ମୁଁ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଉଛି।
Comments ସମସ୍ତ ମତାମତ