Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବୈବାହିକ ଜୀବନରେ ଖୁସି ଚାହୁଁଥିଲେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ

    Share on :
    ajab-Image
    Date: Aug 6, 2022    Views: 2630

    ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ ଅନ୍ୟ ଜଣଙ୍କ ପାଖରେ ଥାଇ ମଧ୍ୟ ଫୋନ ସହିତ ସମୟ ବିତାଉଥିବା ନଜରକୁ ଆସିଥାଏ। ଯେଉଁଠିିକି ଏକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ହେଲେ ସମୟର ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଜାଣନ୍ତୁ ଶୋଇବା ସମୟରେ କେଉଁ କାମ କରିବା ଦ୍ୱାରା ବୈବାହିକ ଜୀବନ ହୋଇଥାଏ ସୁଖମୟ।

    ଭଲ କଥା ବାଣ୍ଟିବା- ଆପଣ ଆପଙ୍କ ପାର୍ଟନରଙ୍କ ସହିତ ଦିନସାରା ଘଟିଥିବା ଘଟଣା ଭିତରୁ କିଛି ସୁଖଦ ଘଟଣା ବାଣ୍ଟନ୍ତୁ ।

    ଜଣେ ଅନ୍ୟଜଣଙ୍କ ଉଦ୍ଦେଶ୍ୟରେ କିଛି କହିବା- ଉଭୟ ପାର୍ଟନର ଜଣେ ଅନ୍ୟ ଜଣଙ୍କୁ ଡେଡିକେଟ୍‌ କରି କିଛି କହିବା ଉଚିତ। ଏହା ସହିତ ଜଣେ ଅନ୍ୟ ଜଣଙ୍କ ପାଇଁ ଗୀତ ଗାଇବା ଆବଶ୍ୟକ।

    ଉଭୟ ଏକ ସାଥିରେ ରୋଷେଇ କରିବା- କୁହାଯାଇଥାଏ ପୁରୁଷଙ୍କ ହୃଦୟକୁ ରାସ୍ତା ସେମାନଙ୍କ ପେଟ ଦେଇଯାଇଥାଏ। ଅର୍ଥାତ ପୁରୁଷମାନଙ୍କୁ ଖୁସି କରିବା ଯାଇଁ ହେଲେ ସେମାନଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାକୁ ହୋଇଥାଏ। ତେବେ ଯେତେବେଳେ ଉଭୟ ଖାଦ୍ୟ ବାଣ୍ଟିଖାଇଥାନ୍ତି ସେମାନଙ୍କୁ ଆନନ୍ଦ ଅନୁଭବ ହୋଇଥାଏ। ତାହାଠୁ ଅଧିକ ଭଲ ହୋଇଥାଏ ଯେବେ ସେମାନେ ଖାଦ୍ୟ ମିଳିମିଶି ପ୍ରସ୍ତୁତ କରିଥାନ୍ତି। ଏଥିରେ ସେମାନଙ୍କ ସମ୍ପର୍କ ମଜଭୁତ ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook