ମୁଖ୍ୟ ଖବର
ଭୁବନେଶ୍ୱର: ହନୁମାନ ଜୟନ୍ତୀ ଉତ୍ସବ ପାଳନ ଲାଗି କଟକ ସହରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା। ଆଜି ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନ କରାଯିବାକୁ ଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା କରାଯିବ। ସେଥିପାଇଁ ପୁରା ସହରରେ ପୋଲିସ ଛାଉଣୀ କରାଯାଇଛି। ଚୈଧୁରୀ ବଜାର ମାରୁତି ମଣ୍ଡପ ନିକଟରୁ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଥାନ ହୋଇ ଦୋଳମୁଣ୍ଡାଇରେ ପହଁଚିବ।
ଯେଉଁ ରୁଟରେ ଶୋଭାଯାତ୍ରା ଯିବ କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ଅଫିସର, ସିଆରପିଏଫ, ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ସିସିଟିଭି, ଡ୍ରୋନ କ୍ୟାମେରାର ମଧ୍ୟ ବ୍ୟବହାର କରାଯିବ ବୋଲି ଡିସିପି ରିଷିକେଶ ଖିଲାରୀ କହିଛନ୍ତି।
ସେହିପରି ସମ୍ବଲପୁରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପୂରା ସତର୍କ ହୋଇଛି। ସହରରେ ହେବାକୁ ଥିବା ହନୁମାନ ଜୟନ୍ତୀ ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ ଲାଗି ବ୍ୟାପକ ପଦକ୍ଷେପ ନେଇଛି ସମ୍ବଲପୁର ପୋଲିସ।
Comments ସମସ୍ତ ମତାମତ