Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଲୁଣ ପାଣିରେ ଧୁଅନ୍ତୁ କେଶ

    Share on :
    ajab-Image
    Date: Oct 7, 2022    Views: 2608

    ଭୁବନେଶ୍ୱର: ନାରୀ ହୁଅନ୍ତୁ କି ପୁରୁଷ କେଶ ପାଇଁ ସମସ୍ତେ ଚିନ୍ତିତ । ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କ୍ଷେତ୍ରରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ କେଶ । ଆଜିକାଲି ଅଧିକାଂଶ ଝିଅବୋହୁମାନଙ୍କ କ୍ଷେତ୍ରରେ କେଶ ସମସ୍ୟା ବେଶି ଦେଖାଯାଇଥାଏ । ତେବେ ଆପଣ ଯଦି ନିଜ କେଶକୁ ସୁସ୍ଥ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ମନେ ରଖିବା ଉଚିତ୍ ଯେ, ଆପଣ ନିଜ କେଶରେ ଯାହା ବି ବ୍ୟବହାର କରୁଛନ୍ତି ତାହା ସଠିକ୍ ଭାବରେ ହେବା ଆବଶ୍ୟକ । ଯଦି ଆପଣ ତାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ତେବେ କେଶ ନିଶ୍ଚିନ୍ତ ଭାବେ ସୁସ୍ଥ ଓ ସୁନ୍ଦର ରହିବ । ସମସ୍ତେ ନିଜ ନିଜର ତ୍ୱଚା ପାଇଁ ବେଶ ସଜାଗ ରୁହନ୍ତି । କାହିଁକି ନାଁ ତ୍ୱଚାରେ ବ୍ୟବହୃତ ହେଉଥିବା ଯେ କ୍ୟୈଣସି ପ୍ରଡକ୍ଟର ସଠିକ୍ ବ୍ୟବହାର ନକରାଗଲେ ତ୍ୱଚା ଖରାପ୍ ହେବାରେ ଲାଗେ । ସେଥିପାଇଁ ସେସବୁ ପ୍ରଡକ୍ଟର ବ୍ୟବହାର ପାଇଁ ସଠିକ୍ ଉପାୟ ରହିଥାଏ । ଠିକ୍ ସେମିତି କେଶ ପାଇଁ ଯାହାବି ବ୍ୟବହାର କରୁଛନ୍ତି ତାହାର ସଠିକ୍ ଉପାୟ ରହିଛି ନା ନାହିଁ ନଚେତ୍ ସେସବୁ କେଶକୁ କ୍ଷତି ପହଁଚାଇଥାଏ ।

    ସେହିପରି ଗୋଟେ ଉପାଦାନ ହେଉଛି ଲୁଣ। ଲୁଣ କେବଳ ଆମ ଖାଦ୍ୟର ସ୍ୱାଦକୁ ବଢ଼ାଇ ନଥାଏ । ଏହା ଆମର ଅନେକ ପ୍ରକାରର କାର୍ଯ୍ୟକୁ ସହଜ କରିବାରେ ମଧ୍ୟ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ, ଗଳା ଯନ୍ତ୍ରଣା ଦୂର କରିବା,ଓଜନ କମାଇବାରେ, ଡିହାଇଡ୍ରେସନ୍ ରୋକିବା ଇତ୍ୟାଦି । ସେହିଭଳି ଆମେ ଆମର କେଶର ଯତ୍ନ ପାଇଁ ଲୁଣ ମଧ୍ୟ ବ୍ୟବହାର କରିପାରିବା । ଯଦି କେଶରେ ଅତ୍ୟଧିକ ଝାଳ ବା ରୁପି ସମସ୍ୟା ଦେଖାଯାଏ, ତେବେ ଲୁଣ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ଏହା ବ୍ୟତୀତ ଅନେକ ସମସ୍ୟା ମଧ୍ୟ ଅଛି ଯାହାକୁ ଆପଣ କେଶକୁ ଯତ୍ନ ନେବାରେ ଲୁଣ ବ୍ୟବହାର କରିପାରିବେ । ଆସନ୍ତୁ ଏହାର ଲାଭ ଜାଣିବା ।

    ଲୁଣ ପାଣିରେ କେଶ ଧୋଇବାର ଉପକାର:

    ଯଦି ଆପଣଙ୍କର କେଶରେ କୁଞ୍ଚନ, ଶୁଷ୍କତା, ରୁପି ଭଳି ସମସ୍ୟା ଥାଏ, ତେବେ ଆପଣ ଲୁଣ ସାହାଯ୍ୟରେ ସେଗୁଡ଼ିକୁ ସଫା କରିପାରିବେ । ଲୁଣ ସ୍ଫଟିକଗୁଡିକ ଅପାଙ୍କର ନଷ୍ଟ ହୋଇଥିବା ତ୍ୱଚାକୁ ଭଲ କରିଥାଏ ଏବଂ ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିଥାଏ ।

    ଯଦି ଆପଣଙ୍କର କେଶ ଝଡ଼ୁଛି ତେବେ ଏହାର କାରଣ ହେଉଛି କେଶ ଅସ୍ୱାସ୍ଥ୍ୟକର ହୋଇଯାଇଛି । ଏପରି ପରିସ୍ଥିତିରେ, ଯେତେବେଳେ ଆପଣ କେଶର ଯତ୍ନ ପାଇଁ ଲୁଣ ବ୍ୟବହାର କରନ୍ତି, ଏଥିରେ ଥିବା ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ସେଲେନିୟମ୍ ମିନେରାଲ୍ସ କେଶକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।

    ବାସ୍ତବରେ, ଲୁଣରେ ଆଣ୍ଟି- ଫଙ୍ଗଲ ଗୁଣ ଅଛି ଯାହା କେଶ ଏବଂ ରୁପିକୁ ସଫା କରିଥାଏ । ଯେଉଁ କାରଣରୁ କେଶ ଲମ୍ବା ହୋଇ ଧିରେ ଧିରେ ସମସ୍ୟା ଦୂର ହୁଏ ।

    ଯଦି କେଶରେ ଅତ୍ୟଧିକ ତେଲିଆ ଥାଏ, ତେବେ କେଶକୁ ଲୁଣ ପାଣିରେ ଧୋଇବା ଦ୍ୱାରା କେଶରେ ଥିବା ଅଧିକ ତେଲ ଦୂର ହୋଇଥାଏ ।

    ଯଦି ଆପଣଙ୍କର ବହୁତ ଶୁଖିଲା କେଶ ଅଛି, ତେବେ ଲୁଣ ପାଣିରେ ଧୋଇବା ପରେ, କେଶରେ ଅଲିଭ୍ ତେଲ, ନଡିଆ ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook