Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଓଦା କେଶରେ ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ

    Share on :
    ajab-Image
    Date: Oct 9, 2020    Views: 7233

    କେଶ ସମସ୍ୟାକୁ ନେଇ ଆଜିକାଲି ପ୍ରାୟ ସମସ୍ତେ ଚିନ୍ତିତ। ଝଡ଼ିବା ବନ୍ଦ କରି କେଶକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି। ଫଳରେ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ କେଶ ଅଧିକ ନଷ୍ଟ ହୋଇଯାଏ। ଏଭଳି ସ୍ଥିତିରେ ଯଦି ଆପଣ କେଶର ଠିକ୍ ଯତ୍ନ ନେବାକୁ ଚାହୁଁଛନ୍ତି, ତା’ହେଲେ କୌଣସି ଦାମୀ ପ୍ରସାଧନ ସାମଗ୍ରୀ ନୁହେଁ, ବରଂ ଘରୋଇ ଉପାୟରେ କେଶର ଉଚିତ ଯତ୍ନ ନିଅନ୍ତୁ। ସାଧାରଣତଃ ଅଜାଣତରେ କେଶକୁ ନେଇ ଆମେ ଅନେକ ଭୁଲ୍ କରିଥାଉ, ଯାହାଫଳରେ କେଶ ଦୁର୍ବଳ ହୋଇ ଝଡ଼ିବାକୁ ଲାଗିଥାଏ। କିଛି କଥା ପ୍ରତି ଧ୍ୟାନ ଦେଲେ ଆପଣ ନିଜ କେଶକୁ ସୁରକ୍ଷିତ ରଖିପାରିବେ। ଓଦା କେଶରେ ଆମେ ଏପରି କିଛି ଭୁଲ୍ କରି ବସନ୍ତି ଯାହାଦ୍ବାରା ଆମ କେଶ ନଷ୍ଟ ହୋଇ ଝଡ଼ିବାକୁ ଲାଗେ। ଆସନ୍ତୁ ଓଦା କେଶରେ ଆମେ କେଉଁ ସବୁ ଭୁଲ୍‌ କରିବା ଅନୁଚିତ।

    -ଯଦି ଆପଣ ଓଦା କେଶକୁ ତଉଲିଆରେ ରଗଡ଼ୁଛନ୍ତି, ତା’ହେଲେ ଏପରି କରନ୍ତୁ ନାହିଁ। କାରଣ, ଏହାଦ୍ୱାରା କେଶ ମୂଳ ଦୁର୍ବଳ ହୋଇଯାଏ। ଆପଣ ଚାହିଁଲେ କେଶ ଉପରେ ତଉଲିଆ ରଖି କେବଳ ଦବେଇ ପାରିବେ। ଏମିତି କରିବାରେ କେଶରେ ଥିବା ସବୁ ପାଣି ତଉଲିଆରେ ପଳେଇ ଆସିଥାଏ ଏବଂ କେଶ ଝଡ଼ି ନ ଥାଏ। ଏହା ବ୍ୟତୀତ ଆପଣ ଶୁଖିଲା ତଉଲିଆରେ ମଧ୍ୟ ଓଦା କେଶକୁ ଗୁଡ଼ାଇପାରିବେ।

    -ତରବରିଆ ହୋଇ ଅଧିକାଂଶ ମହିଳା ଓଦା କେଶରେ ଡ୍ରାୟର ବ୍ୟବହାର କରିଥାଆନ୍ତି। ଏମିତି କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ କେଶର ପ୍ରାକୃତିକ ନମନିୟତା ନଷ୍ଟ ହୋଇ କେଶ ରୁକ୍ଷ ହୋଇଯିବ।

    -ଯଦି ଆପଣ ଘରେ ଅଛନ୍ତି, ଆଉ କେଶକୁ ଧୋଉଛନ୍ତି। ତା’ହେଲେ ଧୋଇବା ପରେ ଏହାକୁ ବାନ୍ଧନ୍ତୁ ନାହିଁ। କେଶକୁ ଖୋଲା ରଖି ଶୁଖିବାକୁ ଦିଅନ୍ତୁ। ଏହାଦ୍ୱାରା କେଶ ଝଡ଼ିବାର ସମ୍ଭାବନା କମ୍ ଥାଏ।

    -ଅଧିକାଂଶ ଲୋକେ ଓଦା କେଶକୁ ପାନିଆରେ କୁଣ୍ଡାଇ ଥାଆନ୍ତି। ମାତ୍ର ଏପରି କରିବା ଆଦୌ ଉଚିତ ନୁହେଁ। କାରଣ ଓଦା କେଶ ଦୁର୍ବଳ ଥାଏ। ତେଣୁ କେଶ ସମ୍ପୂର୍ଣ୍ଣ ଶୁଖିବା ପରେ ତାକୁ କୁଣ୍ଡାଇ ପାରିବେ।

    Maximum 500 characters

    ଘରକରଣ View all

    Find Us on Facebook