ମୁଖ୍ୟ ଖବର
ବ୍ରହ୍ମପୁର: ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼। ବ୍ରହ୍ମପୁର ଜିଲ୍ଲା ପୁରୁଷୋତ୍ତମପୁର ଥାନା ଷୁଣ୍ଢିବାଙ୍କ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ମୁଖାପିନ୍ଧା ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଥିଲେ। ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ୍ ପର୍ୟ୍ୟନ୍ତ ଗୁଳିମାଡର କାରଣ ଜଣାପଡିନାହିଁ। ଯୁବକ ଜଣକ ସୁରଟରୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Comments ସମସ୍ତ ମତାମତ