Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାହା ହେଉଥିଲା ପ୍ରେମିକା, ଗୁଳି କରିଦେଲା ପ୍ରେମିକ

    Share on :
    ajab-Image
    Date: Feb 26, 2026    Views: 3054

    ନୂଆଦିଲ୍ଲୀ : ତୁ ମୋର ନୁହେଁ ତ ତତେ ଆଉ କାହାର ହେବାକୁ ଦେବିନି । ମୋତେ ଯଦି ମୋ ହାତରୁ ସିନ୍ଦୂର ପିନ୍ଧିଲୁନି ତାହେଲେ ରକ୍ତରେ ଭିଜେ । ସିଧା ଷ୍ଟେଜକୁ ଚଢ଼ିଲେ ଆଉ କନ୍ୟାକୁ ଗୁଳିକଲେ ପୂର୍ବତନ ପ୍ରେମିକ । ବିହାରର ବକ୍ସର ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ଏକତରଫା ପ୍ରେମର କରୁଣ କାହାଣୀ ଦେଖିବାକୁ ମିଳିଛି । ଗୁଳିବିଦ୍ଧ କନ୍ୟାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

    ଉତ୍ତରପ୍ରଦେଶରୁ ବିହାରକୁ ଆସିଥିଲା ବିବାହ ଶୋଭାଯାତ୍ରା । ସମସ୍ତେ ବେଶ ହସଖୁସିର ସହ ଭୋଜିଭାତ ଖାଇ ଖୁସି ମନାଉଥିଲେ । ଏହି ସମୟରେ କନ୍ୟାଙ୍କ ପଡୋଶୀ ଘର ଦୀନବନ୍ଧୁ ମୁହଁରେ ଏକ ମାକ୍ସ ପିନ୍ଧି ଷ୍ଟେଜକୁ ଚଢ଼ିଥିଲା । ଆଉ କେହିକିଛି ଭାବିବା ପୂର୍ବରୁ ଦେଶୀ ବନ୍ଧୁକରୁ ଯୁବତୀଙ୍କ ଉପରକୁ ଚଳାଇଥିଲା ଗୁଳି । ଆଉ ଗହଳିରେ ଖସି ପଳାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଦୀନବନ୍ଧୁ ତାଙ୍କ ଝିଅକୁ ଏକତରଫା ପ୍ରେମ କରୁଥିଲା । ବାହାହେବାକୁ ମଧ୍ୟ ଜିଦ ଧରୁଥିଲା । ଅନେକ ସମୟରେ ହଇରାଣ କରୁଥିଲା । ଆଉ ଅଲଗା ଜାଗାରେ ବାହାହେଲେ ମାରିଦେବ ବୋଲି ମଧ୍ୟ ଧମକ ଦେଉଥିଲା । ଆଉ ଏବେ ଝିଅକୁ ଗୁଳି କରି ଫେରାର ହୋଇଯାଇଛି । ସେପଟେ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହା ଏକତରଫା ପ୍ରେମରୁ ଘଟିଥିବା କୁହାଯାଉଛି । ଏହାସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook