Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାମାନ୍ୟ ବଚସାରୁ ଗୁଳିମାଡ଼: ଜଣେ ଗିରଫ, ୨ ବନ୍ଧୁକ ଜବତ

    Share on :
    ajab-Image
    Date: Feb 18, 2026    Views: 3070

    ଭବାନୀପାଟଣା: ସାମାନ୍ୟ ବଚସାରୁ ଗୁଳିମାଡ଼। ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣା ସହରରେ ଗୁଳିମାଡ଼ ହୋଇଛି। ଠିକା କାମକୁ ନେଇ ଗୁଳିକାଣ୍ଡ ହୋଇଥିବା କୁହାଯାଉଛି। ଏହି ଘଟଣାରେ ଭବାନୀପାଟଣା ବିବିସିପଡାର ଜଣେ ଯୁବକ ଯଶୋବନ୍ତ ନାଏକକୁ କଳାହାଣ୍ଡି ପୁଲିସ ଗିରଫ କରିଛି। ଟାଉନ୍ ଥାନା ପୁଲିସ ତିନିଜଣ ସ୍ଥାନୀୟ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି।

    ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ନିର୍ମାଣଧୀନ ଠିକା କାମକୁ ନେଇ ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସମ୍ପୃକ୍ତ ଯୁବକ ଯଶୋବନ୍ତ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଥିଲେ। ପାଖରେ ଥିବା ଯୁବକ ବନ୍ଧୁକ ଉପରକୁ କରିଦେଇଥିଲା। ଫଳରେ ବ୍ଳାଙ୍କ ଫାୟାରିଂ ବା ଫାଙ୍କା ଗୁଳି ଚାଳନା ହୋଇଥିଲା। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅଭିଯୁକ୍ତ ଯୁବକ ଯଶୋବନ୍ତକୁ ଗିରଫ କରିବା ସହ ଦୁଇ ବେଆଇନ ବନ୍ଧୁକ ଜବତ କରିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook