Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜଧାନୀରେ ଗୁଳିକାଣ୍ଡ

    Share on :
    ajab-Image
    Date: May 10, 2025    Views: 2796

    ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଭୁବନେଶ୍ୱର ଡ଼ମଣା ଛକରେ ଥିବା ଏକ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଡ଼ମଣା ଛକରେ ଥିବା ଏକ ବାର୍‌ ଉପରକୁ ହଠାତ୍‌ ଗୁଳି ଏବଂ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସି ଫାୟରିଂ କରି ଫେରାର ହୋଇଯାଇଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ତେବେ ବର୍ତ୍ତମାନ ଯାଏଁ ଗୁଳି ଏବଂ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ବାର୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି । 

    Maximum 500 characters

    ତାଜା ଖବର View all

    Find Us on Facebook