Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

    Share on :
    ajab-Image
    Date: Sep 23, 2022    Views: 4141

    ମେକ୍ସିକୋ ସିଟି: ମେକ୍ସିକୋରେ ଫୁଟିଲା ଗୁଳି। ସେଣ୍ଟ୍ରାଲ ମେକ୍ସିକୋ ଅନ୍ତର୍ଗତ ଗୁଆନାଜୁଆଟୋର ଏକ ବାର୍‌ରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପୁରୁଷ ଅଟନ୍ତି । ତେବେ ଏହି ଘଟଣାରେ ଏ ପର୍ୟ୍ୟନ୍ତ କାହାରିକୁ ଗିରଫ କରାଯାଇ ପାରିନାହିଁ । ଗୁଳିକାଣ୍ଡ ଭିଆଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଚଳାଇଛି । ଗୁରୁବାର ମେକ୍ସିକୋ ସରକାରୀ ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

    ସୂଚନା ଅନୁଯାୟୀ, କିଛି ବନ୍ଧୁକଧାରୀ ହଠାତ୍ ବାର୍ ମଧ୍ୟକୁ ପଶି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା । ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଥିଲେ । ଏହି ଗୁଳିକାଣ୍ଡରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଡ୍ରଗ୍ ଗ୍ୟାଙ୍ଗମାନଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook