ମୁଖ୍ୟ ଖବର
ଆନନ୍ଦପୁର : ଘଷିପୁରାରେ ଫୁଟଲା ଗୁଳି । ଏଥିରେ ଜନୈକ ଯୁବତୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମେଡ଼ିକାଲ ରୋଡରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ୟାନର ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ହଠାତ୍ ଗୁଳି ଫୁଟିଥିଲା ।
ତେବେ ଗୁଳିଟି କକ୍ରିଂଟ୍ ରାସ୍ତାରେ ବାଜିବା ପରେ କକ୍ରିଂଟ୍ ଖଣ୍ଡ ଚିଟିକି ଥିଲା । ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ଯୁବତୀଙ୍କ ଗୋଡରେ ସେହି କଂକ୍ରିଟ୍ ଖଣ୍ଡ ବାଜିବାରୁ ଯୁବତୀ ଜଣଙ୍କ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଦାୟିତ୍ବ ହିନତାରୁ ଏଭଳି ହୋଇଥିବା ଜଣାପଡିଛି । ତେବେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି । ଏହି ଘଟଣାରେ ସଂପୃକ୍ତ ସୁରକ୍ଷା କର୍ମୀ କ୍ୟାମେରା ସାମ୍ନାରେ କିଛି କହିବାକୁ ନାରାଜ ।
Comments ସମସ୍ତ ମତାମତ