Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମେ’ମାସରେ ଜିଏସଟି ଆଦାୟ ୧.୫୭ ଲକ୍ଷ କୋଟି

    Share on :
    ajab-Image
    Date: Jun 2, 2023    Views: 4287

     ଭୁବନେଶ୍ୱର:  ସରକାର ମେ’ମାସରେ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରିଛନ୍ତି । ଏହା ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ କମ୍ ବୋଲି କୁହାଯାଇଛି । ଗତବର୍ଷ ମେ’ମାସରେ ୧.୪୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଥିଲା । ସେହିଭଳି ଚଳିତ ବର୍ଷ ଏପ୍ରିଲ ମାସରେ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।
    ଅର୍ଥ ମନ୍ତ୍ରଣାଳୟ କହିଛି କି, ୨୦୨୩ ମସିହା ମେ’ମାସରେ ଜିଏସଟି ଆଦାୟ ୧ଲକ୍ଷ ୫୭ ହଜାର ୯୦ କୋଟି ଟଙ୍କା ରହିଛି । ଏଥିରୁ ସିଜିଏସଟି ୨୮,୪୧୧ କୋଟି, ଏସଜିଏସଟି ୩୫,୮୨୮ କୋଟି, ଆଇଜିଏସଟି ୮୧,୩୬୩ କୋଟି ଓ ସେସ୍ ୧୧,୪୮୯ କୋଟି ଟଙ୍କା ରହିଛି ।

    ଯଦି ଆମେ ୨୦୨୨-୨୩ ଆର୍ଥିକ ବର୍ଷକୁ ଦେଖିବା ତେବେ ମୋଟ ୧୮.୧୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଏହି ଆଧାରରେ ପ୍ରତିମାସରେ ହାରାହାରି ଜିଏସଟି କଲେକସନ ୧.୫୧ ଲକ୍ଷ କୋଟି ଟଙ୍କା । ସେହିଭଳି ଆର୍ଥିକ ବର୍ଷ ୨୦୨୨-୨୩ ରେ ଜିଏସଟି ଗ୍ରସ ରେଭିନ୍ୟୁ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ କଲେକସନ ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook