Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅପପୁଷ୍ଟି ଲଢେଇରେ ବଡ଼ ପଦକ୍ଷେପ: ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି କଲେ ସରକାର

    Share on :
    ajab-Image
    Date: Jun 2, 2026    Views: 3175

    ଭୁବନେଶ୍ଵର: ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ। ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁଥିରେ ମା ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ୟ୍ୟନ୍ତ ପୋଷଣ ପୁରା ତଥ୍ୟ ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମା'ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। ଯାହାଦ୍ୱାରା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି।
    ସେହିପରି ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୬ ପ୍ରତିଶତ ସୁଭଦ୍ରା ହିତାଧିକାରୀଙ୍କୁ ଅପ୍ ସ୍କିଲିଂ ଟ୍ରେନିଂ ଦେଇ ନିଯୁକ୍ତି ଏବଂ ଉଦ୍ୟୋଗୀ କରିବେ ସରକାର। ୨୧ ରୁ ୩୫ ବର୍ଷ ପର୍ୟ୍ୟନ୍ତ ହିତାଧିକାରୀଙ୍କୁ ଏହି କାର୍ୟ୍ୟକ୍ରମରେ ସାମିଲ କରାଯିବ। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ ଯୋଜନାରେ ପ୍ରତି ବର୍ଷ ଲକ୍ଷେ ମହିଳାଙ୍କୁ ସାମିଲ କରାଯିବ। ସୁଭଦ୍ରା ସ୍କିଲିଂ କାର୍ୟ୍ୟକ୍ରମରେ ଆଇଆଇଏମ ଦ୍ୱାରା ୨୬ ପ୍ରତିଶତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଯେଉଁମାନଙ୍କ ପାଖରେ ବିଭିନ୍ନ ଦକ୍ଷିତା ରହିଛି। ସେମାନଙ୍କୁ ଅଧିକ ତାଲିମ ଦେଇ ଉଦ୍ୟୋଗୀ କରାଯିବ ଏବଂ ବିଭିନ୍ନ ବିଭାଗ ସହ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ଦିଆଯିବ। ୨୧ ବର୍ଷରୁ ୩୫ ବର୍ଷ ଭିତରେ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ କାର୍ୟ୍ୟକ୍ରମରେ ମଧ୍ୟ ପ୍ରତି ବର୍ଷ ୧ ଲକ୍ଷ ମହିଳା ସାମିଲ ହେବେ। ଏହି କାର୍ୟ୍ୟକ୍ରମରେ ସବୁ ବିଭାଗ ସମନ୍ୱୟ ରଖି କାମ କରିବେ।

    Maximum 500 characters

    ତାଜା ଖବର View all

    Find Us on Facebook