Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା

    Share on :
    ajab-Image
    Date: Apr 2, 2026    Views: 2790

    ଭୁବନେଶ୍ବର:ରାଜ୍ୟ ସରକାର ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ତାଲିକାରେ ଚାରିଜଣ ରାଜ୍ୟମନ୍ତ୍ରୀ- ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବିୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି। 
    ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳଜିଲ୍ଲା ନିମେନ୍ତ ଅଶୋକ ମହାନ୍ତି, ଲକ୍ଷ୍ମଣ ବାଗ (ବଲାଙ୍ଗୀର), ପଦ୍ମଲୋଚନ ପରିଚ୍ଛା (ବାଲେଶ୍ବର), ଅଶ୍ବିନୀ କୁମାର ଷଡ଼ଙ୍ଗୀ (ବରଗଡ଼), ସୀତାଂଶୁ ଶେଖର ମହାପାତ୍ର (ଭଦ୍ରକ), କହ୍ନାଇ ଚରଣ ଡାଙ୍ଗ (ବୌଦ୍ଧ), ଛବି ମଲ୍ଲିକ (କଟକ), ରାଜ୍ୟ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଦେଓଗଡ଼, ସୀମାରାଣୀ ନାୟକ (ଢେଙ୍କାନାଳ), ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ (ଗଜପତି), ପୂର୍ଣ୍ଣଚନ୍ଦ୍ର ସେଠୀ (ଗଞ୍ଜାମ), ଅମରେନ୍ଦ୍ର ଦାସ (ଜଗତସିଂହପୁର), ଟଙ୍କଧର ତ୍ରିପାଠୀ (ଝାରସୁଗୁଡ଼ା), ଆକାଶ ଦାଶନାୟକ (ଯାଜପୁର), ସୁଧୀର ରଞ୍ଜନ ପାଟ୍ଟଯୋଶୀ (କଳାହାଣ୍ଡି), ଉମାଚରଣ ମଲ୍ଲିକ (କନ୍ଧମାଳ), ଡ ଦୁର୍ଗାପ୍ରସନ୍ନ ନାୟକ (କେନ୍ଦ୍ରପଡ଼ା), ଡ ଫକୀର ମୋହନ ନାୟକ (କେନ୍ଦୁଝର), ପ୍ରଶାନ୍ତ କୁମାର ଜଗଦ୍ଦେବ (ଖୋର୍ଦ୍ଧା), ରଘୁରାମ ମାଚ୍ଛ (କୋରାପୁଟ), ନରସିଂହ ମାଡକାମୀ (ମାଲକାନଗିରି), ଭାସ୍କର ମଢ଼େଇ (ମୟୂରଭଞ୍ଜ), ଗୌରୀଶଙ୍କର ମାଝି (ନବରଙ୍ଗପୁର), ଦୁଷ୍ମନ୍ମ କୁମାର ସ୍ବାଇଁ (ନୟାଗଡ଼), ଜୟ ଢେଲକିଆ (ନୂଆପଡ଼ା), ଓମ୍‌ ପ୍ରକାଶ ମିଶ୍ର (ପୁରୀ), ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ(ରାୟଗଡ଼), ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର (ସମ୍ବଲପୁର), ରଘୁନାଥ ଜଗଦଲା (ସୁବର୍ଣ୍ଣପୁର), ଦୁର୍ଗାଚରଣ ତନ୍ତି (ସୁନ୍ଦରଗଡ଼)। 

    ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପରେ ଜୁଲାଇରେ ରାଜ୍ୟ ଯୋଜନାବୋର୍ଡ ଭଙ୍ଗ ହୋଇଥିଲା। ଏହାପରେ ଏହାର ପୁନର୍ଗଠନ ନିମନ୍ତେ ଦାବି ହୋଇ ଆସୁଥିଲା। ପ୍ରାୟ ୨ ବର୍ଷ ପରେ ସମ୍ପ୍ରତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଯୋଜନାବୋର୍ଡର ପୁନର୍ଗଠନ କରାଯାଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook