Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭୁବନେଶ୍ୱର ଆସି ଧମାଲ୍ ମଚାଇଲେ ଗୋବିନ୍ଦା

    Share on :
    ajab-Image
    Date: Oct 21, 2026    Views: 3353

    ଭୁବନେଶ୍ୱର: ଭୁବନେଶ୍ୱରରେ ବଲିଉଡ୍ ଷ୍ଟାର୍ ଗୋବିନ୍ଦାଙ୍କ ଜଲୱା! ନିଜର ଜବରଦସ୍ତ ଷ୍ଟାଇଲ୍, ମନଖୋଲା କଥା ଓ ଜବରଦସ୍ତ ଡ୍ୟାନ୍ସରେ ଦର୍ଶକଙ୍କ ମନ ଜିଣି ନେଇଛନ୍ତି ହିରୋ ନମ୍ବର ୱାନ୍। ଝାରପଡ଼ା ଦୁର୍ଗାପୂଜା ମଣ୍ଡପରେ ଗୋବିନ୍ଦାଙ୍କ ଉପସ୍ଥିତି ପୂଜା ମାହୋଲକୁ ଆହୁରି ରଙ୍ଗୀନ କରିଦେଇଥିଲା ।

    ପ୍ରଥମେ ମା’ ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ଗୋବିନ୍ଦା। ଏହାପରେ ମଞ୍ଚ ଉପରେ ନିଜର ଚିରାଚରିତ ଅନ୍ଦାଜରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ତାଙ୍କର ଉପସ୍ଥିତିରେ ଝାରପଡ଼ା ପୂଜା ମଣ୍ଡପରେ ଉତ୍ସାହ ଆହୁରି ବଢ଼ିଯାଇଥିଲା। ଏପରିକି ଓଲିଉଡ୍ ଅଭିନେତ୍ରୀଙ୍କ ସହ ଡ୍ୟାନ୍ସ କରି ମଞ୍ଚରେ ଜମାଇଥିଲେ ଧମାଲ୍। ତାଙ୍କର ନାଚ ଓ ମଜାଳିଆ କଥାରେ ଦର୍ଶକ ବେଶ୍ ଉତ୍ସାହିତ ହୋଇଥିଲେ।
    କେବଳ ମନୋରଞ୍ଜନ ନୁହେଁ, ଓଡ଼ିଶା ପ୍ରତି ନିଜର ଭଲପାଇବା ମଧ୍ୟ ପ୍ରକାଶ କରିଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତା। ଓଡ଼ିଶାକୁ ଏକ ପବିତ୍ର ମାଟି ବୋଲି କହିବା ସହ ଏଠାକୁ ଆସି ସେ ଗର୍ବିତ ବୋଲି କହିଥିଲେ। ଏଥିସହ ତାଙ୍କୁ ଆମନ୍ତ୍ରଣ କରିଥିବା ଝାରପଡ଼ା ଦୁର୍ଗାପୂଜା କମିଟିକୁ ଧନ୍ୟବାଦ ଜଣାଇଥିଲେ।

    ଗୋବିନ୍ଦାଙ୍କ ଆଗମନରେ ଝାରପଡ଼ା ଦୁର୍ଗାପୂଜା ଉତ୍ସବରେ ଯୋଡ଼ି ହୋଇଥିଲା ନୂଆ ଆକର୍ଷଣ। ମା’ଙ୍କ ଦର୍ଶନ ସାଙ୍ଗକୁ ବଲିଉଡ୍ ଷ୍ଟାର୍‌ଙ୍କ ଡ୍ୟାନ୍ସ ଓ ମନଖୋଲା କଥା ଦର୍ଶକଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପାଲଟିଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook