Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟପାଳ ପରମ୍ପରା ଭଙ୍ଗ କରିଛନ୍ତି: ପଞ୍ଚାନନ କାନୁନଗୋ

    Share on :
    ajab-Image
    Date: Nov 10, 2023    Views: 3475

    ଭୁବନେଶ୍ୱର: ନୂଆ ରାଜ୍ୟପାଳ ରଘୁବର ଦାସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଔପଚାରିକ ସାକ୍ଷାତ କରିବା ପରେ ଜୋର ଧରିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଭିଯୋଗ କରି କହିଛି, ରାଜ୍ୟପାଳ ପରମ୍ପରା ଭଙ୍ଗ କରିଛନ୍ତି । ଗତକାଲି ରାଜ୍ୟପାଳ ରଘୁବାର ଦାସ ନବୀନ ନିବାସ ଯାଇଥିଲେ । ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ତେବେ ଯେହେତୁ ରାଜ୍ୟପାଳ ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
    ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାଜ୍ୟପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହାପରେ ସେ ତରବରିଆ ଭାବେ ଆସି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବଂ ସେ ଏପରି ଆସି ମୁଖ୍ୟମନ୍ତ୍ରୀଙ୍କୁ କ’ଣ ବାର୍ତ୍ତା ଦେଲେ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ କାନୁନଗୋ । ପରମ୍ପରା କାହିିଁକି ଭଙ୍ଗ ହେଲା ତାର ଉତ୍ତର ରାଜ୍ୟପାଳଙ୍କ ଅଫିସ ଦେଉ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook