Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୮ରେ ଶପଥ ନେବେ ବ୍ରଜ ମୋହନ ରାମ

    Share on :
    ajab-Image
    Date: Oct 16, 2026    Views: 2967

    ଭୁବନେଶ୍ୱର: ରାଜ୍ୟପାଳ ଡ. ହରି  ବାବୁ କମ୍ଭମ୍‌ପାଟିଙ୍କୁ ଗୁରୁବାର ଲୋକଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଲୋକଭବନର ଅଧିକାରୀ ଓ  କର୍ମଚାରୀ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି  ଅବସରରେ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମ୍‌ପାଟି  ଉପସ୍ଥିତ ଥିଲେ । ଓଡ଼ିଶାରେ ପ୍ରାୟ ଏକ ବର୍ଷ ନଅ ମାସର  କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ଓ ସମର୍ଥନ  ପାଇଁ ରାଜ୍ୟପାଳ କୃତଜ୍ଞତା ଜଣାଇଥିଲେ । ବିତାଇଥିବା  ସମୟ ଅଭୁଲା ସ୍ମୃତି ହୋଇରହିବ ସହ ରାଜ୍ୟପାଳ  ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ  ୧୭ରେ ୩୦୦ ଅତିଥି  ନେଇ ଓଡ଼ିଶା ଆସୁଛନ୍ତି  ବ୍ରଜ ମୋହନ ରାମ   ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା  ରୋଶନ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ  ଉପସ୍ଥିତ ରହି ରାଜ୍ୟପାଳଙ୍କ ସହ କାର୍ଯ୍ୟ କରିବାର  ଅନୁଭୂତି ବ୍ୟକ୍ତ କରିଥିଲେ । 

    ଆସନ୍ତା ୧୭ ତାରିଖରେ ଭୁବନେଶ୍ୱର ଆସିବେ ନୂଆ  ରାଜ୍ୟପାଳ ବ୍ରଜ ମୋହନ ରାମ । ସେ ୧୮ ତାରିଖରେ  ଶପଥ ନେବେ ।  ୩୦୦ ଅତିଥି ନେଇ ଆସୁଛନ୍ତି  ମନୋନୀତ ରାଜ୍ୟପାଳ । ନବ ନିଯୁକ୍ତ ରାଜ୍ୟପାଳଙ୍କ ଶପଥ  ଗ୍ରହଣ ଉତ୍ସବ ତଥା ସ୍ୱାଗତ ପାଇଁ ଲୋକଭବନ ପକ୍ଷରୁ  ପ୍ରସ୍ତୁତି ଆରମ୍ଭ ହୋଇଛି । ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ  ଏ ସମ୍ପର୍କିତ ସମସ୍ତ ଆୟୋଜନ ଏବଂ ଅତିଥିମାନଙ୍କ  ଲାଗି ବ୍ୟବସ୍ଥା କରାଯାଉଛି । ସମସ୍ତ କାର୍ଯ୍ୟକ୍ରମର  ସୁପରିଚାଳନା ଲାଗି ଗୃହ ବିଭାଗକୁ ନୋଡାଲ୍‌ ଅଧିକାରୀ  ନିଯୁକ୍ତି ନେଇ ଲୋକଭବନ ପକ୍ଷରୁ ଚିଠି ହୋଇଛି ।

    Maximum 500 characters

    ରାଜନୀତି View all

    Find Us on Facebook