Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମାଆଙ୍କୁ ହୃଦଘାତ; ଭାରତ ଫେରିଲେ ଗମ୍ଭୀର

    Share on :
    ajab-Image
    Date: Jun 14, 2025    Views: 4511

    ନୂଆଦିଲ୍ଲୀ: ଘରୋଇ ଇଂଲଣ୍ଡ ଦଳ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ଗୁରୁତ୍ବପୂର୍ଣ୍ଣ ୫-ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ନାମରେ ନାମିତ ଏହି ଟେଷ୍ଟ ଶୃଙ୍ଖଳାର ସପ୍ତାହକ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବଦେଶ ଫେରି ଆସିଛନ୍ତି। ଗୌତମଙ୍କ ମାଆ ସୀମାଙ୍କୁ ନିକଟରେ ହୃଦ୍‌ଘାତ ହୋଇଥିଲା। ଏହି ଖବର ପାଇବା ମାତ୍ରେ ଗୌତମ ଭାରତ ଆସିଛନ୍ତି। ଗୌତମଙ୍କ ମାଆ ସୀମା ଏବେ ଦିଲ୍ଳୀର ଏକ ନାମୀ ହସ୍‌ପିଟାଲର ଆଇସିୟୁରେ ଅଛନ୍ତି।
    ଶୁକ୍ରବାର ଭାରତୀୟ ଦଳ ଓ ଭାରତ ‘ଏ’ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମାଆ ଅସୁସ୍ଥ ହେବା ଜାଣି ଗୌତମ ଭାରତ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି। ଗୁରୁବାର ସକାଳୁ ଇଂଲଣ୍ଡରୁ ବାହାରି ଗମ୍ଭୀର ସନ୍ଧ୍ୟାରେ ମାଆଙ୍କ ପାଖରେ ପହଞ୍ଚି ଯାଇଥିଲେ। ଦଳର ସହକାରୀ ପ୍ରଶିକ୍ଷକ ରିୟାନ୍‌ ଟେନ୍‌ ଡୋସ୍କାଟେ ଭାରତୀୟ ଦଳର ମୁଖ୍ୟ ଦାୟିତ୍ବ ସମ୍ଭାଳୁଛନ୍ତି। ବୋଲିଂ ପ୍ରଶିକ୍ଷକ ମର୍ନେ ମର୍କେଲ ଓ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ ତାଙ୍କୁ ସାହାଯ୍ୟ କରୁଛନ୍ତି। ଉକ୍ତ ଅଭ୍ୟାସ ମ୍ୟାଚ୍‌ ବନ୍ଦ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏପରିକି ସ୍ଥାନୀୟ ଲୋକ କିମ୍ବା ପୁଲିସ କର୍ମୀଙ୍କୁ ମଧ୍ୟ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶର ଅନୁମତି ନାହିଁ। ଏହାର ଭିଡି​‌ଓ ରେକର୍ଡିଂ ମଧ୍ୟ ହେବନାହିଁ। ସ୍କୋର୍‌ କାର୍ଡ ମିଳିବ କି ନାହିଁ; ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଏହି ମ୍ୟାଚ୍‌ର ପ୍ରଦର୍ଶନ ଭିତ୍ତିରେ ପ୍ରଥମ ଟେଷ୍ଟମ୍ୟାଚ୍‌ ପାଇଁ ଭାରତୀୟ ଦଳ ତା’ର ଚୂଡ଼ାନ୍ତ ଏକାଦଶ ବାଛିପାରେ। ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗମ୍ଭୀରଙ୍କର ଏହା ୪ର୍ଥ ଟେଷ୍ଟ ଶୃଙ୍ଖଳା। ଭାରତୀୟ ଦଳର ସହ ଗମ୍ଭୀର ଗତ ୭ରେ ଇଂଲଣ୍ଡରେ ପହଞ୍ଚିଥିଲେ। ଗୌତମଙ୍କ ମାଆ ସୀମାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛ। ଗୌତମ କେବେ ଇଂଲଣ୍ଡ ଫେରିବେ; ତାହା ଜଣା ପଡ଼ିନଥିଲେ ମଧ୍ୟ ପ୍ରଥମ ଟେଷ୍ଟ ପୂର୍ବରୁ ସେ ଇଂଲଣ୍ଡରେ ପହଞ୍ଚି ଯାଇଥିବେ ବୋଲି ତାଙ୍କ ପରିବାରର ନିକଟତମ ସୂତ୍ରରୁ ପ୍ରକାଶ।

    Maximum 500 characters

    ଖେଳ ଖବର View all

    Find Us on Facebook