Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦକ୍ଷିଣ ବେଗୁନିଆରେ କଂଗ୍ରେସ ସଂଗଠନ ସଜାଡିବେ ଗୋପବନ୍ଧୁ ରଣସିଂହ

    Share on :
    ajab-Image
    Date: Nov 22, 2021    Views: 4044

    ଭୁବନେଶ୍ୱର : ବେଗୁନିଆ କଂଗ୍ରେସରେ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା  । ପ୍ରଦୀପ ସାହୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବାବେଳେ ବ୍ରାଣ୍ଡେଡ଼ କଂଗ୍ରେସ କର୍ମୀମାନେ ଏବେ ଦଳକୁ ମଜବୁତ କରିବା ପାଇଁ ପଣ କରିଦେଇଛନ୍ତି  । ପ୍ରଦୀପ ଗଲେବି କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି ଅନେକ ପଂଚାୟତସ୍ତରୀୟ ନେତା ମତପ୍ରକାଶ କରୁଛନ୍ତି  । ପ୍ରଦୀପଙ୍କ ସହ ସେମାନଙ୍କର ନିଘନ ସମ୍ପର୍କ ଥିଲେବି ସେମାନେ କଂଗ୍ରେସ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି  । 

    ଏହି ପରିପ୍ରେକ୍ଷୀରେ ଦକ୍ଷିଣ ବେଗୁନିଆରେ କଂଗ୍ରେସ ସଂଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି ଗୋପବନ୍ଧୁ ରଣସିଂହ  । ଶ୍ରୀ ରଣସିଂହଙ୍କ ବାପା ନବକିଶୋର ରଣସିଂହ ପଂଚାୟତର ସରପଂଚ ଥିବାବେଳେ ତାଙ୍କ ପନôୀ ନାଏବ ସରଂପଚ ଭାବେ କାର୍ଯ୍ୟ କରି ଆସିଛନ୍ତି  । ପୂର୍ବରୁ ପ୍ରଦୀପ ମାଠିଆ ଚିହ୍ନରେ ଲଢ଼ିଥିଲେବି ସେ କିନ୍ତୁ ଦେବାଶିଷ ପଟ୍ଟନାୟକଙ୍କ ସହ ରହି କଂଗ୍ରେସ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା  । ଏବେ କଂଗ୍ରେସର କିଛି କର୍ମୀ ବିଜେଡ଼ିରେ ମିଶିଥିଲେବି ଅନେକ କର୍ମୀ ମୂଳ କଂଗ୍ରେସରେ ରହିବାକୁ ଚାହୁଁଛନ୍ତି  । ନିକଟରେ ଶ୍ରୀ ରଣସିଂହ କଂଗ୍ରେସର କେତେକ ଆଗଧାଡ଼ିର ନେତାଙ୍କ ସହ ଏନେଇ ଆଲୋଚନା କରିଛନ୍ତି  । ଖୁବଶୀଘ୍ର ତାଙ୍କୁ ଦକ୍ଷିଣ ବେଗୁନିଆର ୨୪ ନମ୍ବର ଜୋନରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି  । 

    Maximum 500 characters

    ରାଜନୀତି View all

    Find Us on Facebook