Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତରେ ଗୁଗୁଲ୍‌ ତିଆରି କରିବ ଲାପ୍‌ଟପ୍

    Share on :
    ajab-Image
    Date: Oct 3, 2023    Views: 3121

    ନୂଆଦିଲ୍ଲୀ : ଭାରତ ଲାଗି ଖୁସି ଖବର। ଇଣ୍ଟରନେଟ୍ ଜଗତର ସର୍ବବୃହତ କଂପାନି ଗୁଗୁଲ୍‌ ଭାରତରେ ଏହାର କ୍ରୋମ୍‌ବୁକ୍ ଲାପ୍‌ଟପ୍ ତିଆରି କରିବ। ଏବିଷୟରେ କଂପାନିର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି। ଏଚ୍‌ପି ସହିତ ମିଶି କଂପାନି ଭାରତରେ ଏହାର ଲାପ୍‌ଟପ୍ ନିର୍ମାଣ କରିବ। ଚେନ୍ନାଇଠାରେ କଂପାନି ଏହାର ଲାପ୍‌ଟପ୍‌ଗୁଡ଼ିକୁ ତିଆରି କରିବ। ଶିକ୍ଷା କ୍ଷେତ୍ରରେ ବ୍ୟବହାର ହେଉଥିବା ଲାପ୍‌ଟପ୍‌ ତିଆରି କରିବା ଉପରେ କଂପାନି ମନୋନିବେଶ କରିବ। 

    ଭାରତରେ ଲାପ୍‌ଟପ୍, କମ୍ପ୍ୟୁଟର, ସ୍ମାର୍ଟଫୋନ୍ ଭଳି ହାର୍ଡଓୟାର ଉତ୍ପାଦ ଉତ୍ପାଦନ ବଢ଼ାଇବା ଲାଗି ସରକାର ପ୍ରୋତ୍ସାହନ ସ୍କିମ୍ ଘୋଷଣା କରିଛନ୍ତି। ସେହି ସ୍କିମ୍‌ ଅଧୀନରେ ବିଶ୍ବର ବହୁ ଜଣାଶୁଣା କଂପାନି ଭାରତରେ ସେମାନଙ୍କ କାରଖାନା ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗୁଗୁଲ୍‌ ଭାରତରେ ଲାପ୍‌ଟପ୍ ତିଆରି କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେହି ସ୍କିମ୍‌ର ସଫଳତା ବୋଲି ବିଚାର କରାଯାଉଛି। ଅନ୍ୟପକ୍ଷରେ ଗୁଗୁଲ୍ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ ହେବ। କାରଣ ଭାରତରେ ଲାପ୍‌ଟପ୍ ତିଆର କରି ଡେଲ୍‌ ଓ ଆସୁସ୍‌ ଭଳି କଂପାନି ସହ ଗୁଗୁଲ୍‌ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ପାଇବ।

    ଅନ୍ୟ ପକ୍ଷରେ ଆମେରିକା ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଲାଗି ଚୀନ୍‌ରୁ ବହୁ କଂପାନି ଅନ୍ୟତ୍ର ପଳାୟନ କରୁଛନ୍ତି। ଯଦି ସେଥିରୁ କିଛି କଂପାନି ଭାରତ ଆସିବେ ତେବେ ତାହା ଦେଶ ପାଇଁ ଲାଭଦାୟକ ହେବ ବୋଲି ବିଚାର କରାଯିବ। ସ୍ମାର୍ଟଫୋନ୍ ଉତ୍ପାଦନ କ୍ଷେତ୍ରରେ ଭାରତ ବଡ଼ ଧରଣର ସଫଳତା ହାସଲ କରିଛି। ଆପଲ୍‌ ଓ ସାମସଙ୍ଗ୍‌ ଦେଶରେ ବିପୁଳ ପରିମାଣର ସ୍ମାର୍ଟଫୋନ୍ ତିଆରି କରୁଛନ୍ତି। ଆପଲ୍ ଭାରତର ସର୍ବବୃହତ ‌ସ୍ମାର୍ଟଫୋନ୍ ରପ୍ତାନିକାରୀ ଭାବେ ଉଭା ହୋଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook