Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ବଢିଲା ସୁନା

    Share on :
    ajab-Image
    Date: Apr 8, 2026    Views: 3349

    ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି। ଏହାର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ମଧ୍ୟ ପଡୁଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା। ଯେତେବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦ ସୂଚକାଙ୍କ ୨୪,୦୦୦ ପାଖାପାଖି ପହଞ୍ଚିଥିଲା। ଆଜି ସକାଳ ୯ଟା ୨୦ରେ ସେନସେକ୍ସ ୭୭,୩୩୧.୨୧ ରେ କାରବାର କରୁଥିଲା। ଯାହା ୨,୭୧୪.୬୩ ପଏଣ୍ଟ କିମ୍ବା ୩.୬୪% ବୃଦ୍ଧି ପାଇଥିଲା। ନିଫ୍ଟି ୭୭୮.୫୫ ପଏଣ୍ଟ କିମ୍ବା ୩.୩୭% ବୃଦ୍ଧି ପାଇ ୨୩,୯୦୨.୨୦ ରେ ପହଞ୍ଚିଛି। ଏହି ବୃଦ୍ଧି ଫଳରେ ନିବେଶକମାନେ ଅଳ୍ପ ସମୟ ମଧ୍ୟରେ ₹୧୪ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।

    ସେପଟେ ଇରାନ-ଆମେରିକା ଯୁଦ୍ଧ ବିରତି ପରେ ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୩,୬୫୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୪୧ ହଜାର ଟଙ୍କଳ ହୋଇଛି। ଯାହା ଗତକାଲି ୧ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook