Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ବଢ଼ିଲା ସୁନା ଦର

    Share on :
    ajab-Image
    Date: Jun 12, 2026    Views: 2978

    ଭୁବନେଶ୍ୱର: ଲଗାତାର ଦୁଇ ଦିନ ଧରି ସୁନା ଦରରେ ବଡ଼ ହ୍ରାସ ହେବା ପରେ ଆଜି ପୁଣି ବଢ଼ିଛି। ଗୁଟ୍ ରିଟର୍ଣ୍ଣସର ରିପୋର୍ଟ ଅନୁଯାୟୀ ଆଜି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର ୯୪୦ ଟଙ୍କା ବଢ଼ିଛି। ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ୍ ଆଜି ଭୁବନେଶ୍ୱରରେ ୧ ଲକ୍ଷ ୪୮ ହଜାର ୫୮୦ ଟଙ୍କା ରହିଛି।ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨,୭୦୦ ଟଙ୍କା ବଢ଼ିଛି। ୧୦ ଗ୍ରାମ ୨୨ କ୍ୟାରେଟ୍‌ ସୁନାର ଦର ଆଜି ଭୁବନେଶ୍ୱରରେ ୧ ଲକ୍ଷ ୩୬ ହଜାର ୨୦୦ ଟଙ୍କା ରହିଛି।୧୮ କ୍ୟାରେଟ୍‌ ସୁନା ଦର ମଧ୍ୟ ବଢ଼ିଛି। ଏହି ବର୍ଗର ସୁନାର ଦର ୧୦ ଗ୍ରାମ ପିଛା ୨ ହଜାର ୨୧୦ ଟଙ୍କା ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱରରେ ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୧୧ ହଜାର ୪୪୦ ଟଙ୍କା ରହିଛି।ସୁନା ଭଳି ରୁପା ଦର ବଢ଼ିଛି। ଜୁନ୍ ୧୦ ତାରିଖରେ ରୁପା କେଜି ପ୍ରତି ଦର ୧୦ ହଜାର ଟଙ୍କା ହ୍ରାସ ପାଇଥିଲା। ସେହିଦିନ ଭୁବନେଶ୍ୱରରେ ରୁପା କେଜି ପ୍ରତି ଦର ୨ ଲକ୍ଷ ୬୦ ହଜାର ଟଙ୍କା ରହିଥିଲା। ଗତକାଲି (ଜୁନ୍ ୧୧) ରୁପା ଦର ୨ ଲକ୍ଷ ୬୦ ହଜାର ଟଙ୍କାରେ ସ୍ଥିର ରହିଥିଲା। କିନ୍ତୁ ଆଜି ଏହାର ଦର ବଢ଼ିଛି। ରୁପା କେଜି ପ୍ରତି ଦର ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ରୁପା କେଜି ପ୍ରତି ଦର ୨ ଲକ୍ଷ ୬୫ ହଜାର ହୋଇଛି।
    ସୂଚନାଯୋଗ୍ୟ, ଗତ ଦୁଇ ଦିନ ସୁନା ଦର ପ୍ରାୟ ୭ ହଜାର ଟଙ୍କା ହ୍ରାସ ପାଇଥିଲା। ଭୁବନେଶ୍ୱରରେ ଜୁନ୍ ୧୦ ଓ ୧୧ ତାରିଖରେ ମିଶି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭ ହଜାର ୫୦୦ ଟଙ୍କାରୁ ଅଧିକ ହ୍ରାସ ପାଇଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬ ହଜାର ୯୦୦ ଟଙ୍କା କମିଥିଲା।      

    Maximum 500 characters

    ରାଜ୍ୟ ଖବର View all

    Find Us on Facebook