Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିନକୁ ଦିନ ସୁନା ଦର ଆକାଶ ଛୁଆଁ

    Share on :
    ajab-Image
    Date: Sep 18, 2025    Views: 2883

    ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ନବରାତ୍ରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି। ଧନତେରାସ୍ ଏବଂ ଦୀପାବଳି କିଛି ସପ୍ତାହ ପରେ ଆସିବ। ସେତେବେଳକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୨୫ ଲକ୍ଷ ଟଙ୍କା ଛୁଇଁବ। ଯେତେବେଳେ କି ରୁପା ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିବ। ଯଦି ଆମେ ସେପ୍ଟେମ୍ବର ମାସ ବିଷୟରେ କଥା ହେବା, ତେବେ ଦିଲ୍ଲୀରେ ସୁନା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଏ ପର୍ୟ୍ୟନ୍ତ ସୁନା ମୂଲ୍ୟ ବର୍ଷର ଅନ୍ୟ କୌଣସି ମାସରେ ଏତେ ବୃଦ୍ଧି ପାଇନାହିଁ।

    ତଥ୍ୟ ଅନୁଯାୟୀ, ଅଗଷ୍ଟର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୩,୬୭୦ ଟଙ୍କା ରହିଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ଏଥିରେ ୧୧,୪୩୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରୂପା ନିବେଶକମାନଙ୍କୁ ସୁନା ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଛି। ଏହାର ଅର୍ଥ ହେଉଛି ବଜାରରେ ସୁନା ତୁଳନାରେ ରୁପାର ଚମକ ଅଧିକ ଦେଖାଯାଇଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ଗତ ମାସର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୯,୦୦୦ ଟଙ୍କା ଥିଲା। ଏ ପର୍ୟ୍ୟନ୍ତ ଏଥ୍ଖରେ ୧୩,୮୭୦ ଟଙ୍କା ବୃଦ୍ଧି ଘଟିଛି। ଏହାର ଅର୍ଥ ହେଉଛି ରୁପା ମୂଲ୍ୟରେ ୧୧.୬୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧,୩୨,୮୭୦ ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ଯେ ଆସନ୍ତା ଗୋଟିଏ ମାସରେ ରୁପା ଦର କିଲେଶ ପିଚା ୧.୫୦ ଟଙ୍କା ସ୍ତର ଛୁଇଁପାରିବ କି? ରୁପାର ଚାହିଦା ଘରୋଇ ଭାବେ କମ୍‌ ଏବଂ ଶିଳ୍ପରେ ଅଧ୍ଖକ ରହିଛି। ବର୍ତ୍ତମାନ,ବିଶ୍ବରେ ରୁପାର ଉତ୍ପାଦନ ମଧ୍ୟ ବହୁତ କମ୍। କମ୍ ଯୋଗାଣ ଯୋଗୁଁ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook