Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୦ଟି ଜିଲ୍ଲାରେ ରହିଛି ସୁନା ଖଣି

    Share on :
    ajab-Image
    Date: Feb 20, 2026    Views: 3089

    ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ ସୁନା ଖଣି ରହିଛି । ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ ଓ କେନ୍ଦୁଝରର ଗୋପୁର-ଜଳଡ଼ିହି, ମୟୂରଭଞ୍ଜର ମଦନସାହି-କାଞ୍ଜିଆ ଅଞ୍ଚଳରେ ମାଟି ତଳେ ସୁନା ପଥର ଥିବା ସନ୍ଧାନ ମିଳିଛି । ଏହି ସବୁ ସ୍ଥାନରେ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା ଜି-୨ ସ୍ତରରେ ଅନୁସନ୍ଧାନ କାମ ସାରିଛ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ତଥ୍ୟ ରଖିଛନ୍ତି । କେବଳ ଏହି ୩ଟି ଜିଲ୍ଲା ନୁହେଁ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରରେ ସୁନାପଥର ବିକ୍ଷିପ୍ତ ଭାବରେ ରହିଥିବା ମନ୍ତ୍ରୀ କହିଛନ୍ତି ।

    ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ସୁନା ଖଣିର ସନ୍ଧାନ ପାଇଁ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ଖଣି ନିଗମ ବିଭିନ୍ନ ପର୍ୟ୍ୟାୟରେ ପ୍ରାଥମିକ ଅନୁସନ୍ଧାନ କରିଛି । କେନ୍ଦୁଝରର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା, ମୟୂରଭଞ୍ଜର ଯଶିପୁର, ସୁରିଆଗଡ଼ା, ରୁଆଁସି, ଇଡେଲକୁଚା, ମରେଡିହି ଓ ସୁଲେଇପାଟ (ଧୂସୁରା ପାହାଡ଼) ଓ ବାଦାମପାହାଡ଼ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି । ସୁନ୍ଦରଗଡ଼ର ଦିଗଝରଣ, ମାଲଡିହି, ଘୋଗର ଓ ଗିରିଙ୍ଗିକେଳା, କୋରାପୁଟର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରିର ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳର ମାଙ୍କଡଚୁଆଁ, ଟିକିର, ସୋମାକାଇ, ବୌଦ୍ଧର କୁଦଗାଁ, ଜହ୍ନପଙ୍କ ଓ ରାମଗଡ଼, ସମ୍ବଲପୁରର କେନ୍ଦୁଖୁଣ୍ଟି, କୁନ୍ତରବାହଲ ଓ ଦେବଗଡ଼ର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ରହିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook