Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହିଜାବ କିମ୍ବା ମୁଖା ପିନ୍ଧି ଆସିଲେ କିଣିପାରିବେନି ଅଳଙ୍କାର

    Share on :
    ajab-Image
    Date: Jan 8, 2026    Views: 2848

    ପାଟନା: ଉତ୍ତରପ୍ରଦେଶର ଝାନ୍ସି ପରେ ବିହାର ଜୁଏଲର୍ସ ଆସୋସିଏସନ ସୁରକ୍ଷା ଦୃଷ୍ଟିରୁ ବୁଧବାର ବଡ଼ ନିଷ୍ପତ୍ତି ନେଇଛି । ବିହାରର ସମସ୍ତ ଜୁଏଲରୀ ସପ୍ ବା ଗହଣା ଦୋକାନରେ ଏବେ ହିଜାବ, ବୁର୍କା, ନକାବ, ଓଢ଼ଣୀ, ସ୍କାର୍ପ, ମୁଖା ଆଦି ପିନ୍ଧିଥିବା ମହିଳା- ପୁରୁଷଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ଏଥିସହ ହେଲ୍ମେଟ ପିନ୍ଧିଲେ ମଧ୍ୟ ବ୍ୟକ୍ତି ଦୋକାନ ଭିତରେ ପଶି ଗହଣା ଦେଖିପାରିବେ ନାହିଁ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତ୍ତିର କପି ସମସ୍ତ ଗହଣା ଦୋକାନ ବାହାରେ ଲଗାଯିବ । ମୁହଁ ଲୁଚାଇବା ଭଳି କପଡ଼ା ପିନ୍ଧି ବା ମାସ୍କ ଲଗାଇ ଦୋକାନ ଭିତରେ ପଶିବା ମନା ବୋଲି ସ୍ପଷ୍ଟ ଭାବେ ଲେଖାଯିବ । ଏହି ନିଷ୍ପତ୍ତି ଉପରେ ବିବାଦ ଆରମ୍ଭ ହୋଇଯାଇଛି ।

    ଆର୍ଜେଡି ପକ୍ଷରୁ କୁହାଯାଇଛି, ସୁରକ୍ଷା ଆଳରେ ହିଜାବ, ନକାବକୁ ଟାର୍ଗେଟ କରାଯିବା ଅନୁଚିତ । ସେହିପରି ଜବାବରେ ବିଜେପି କହିଛି, ଭାରତ କୌଣସି ଇସ୍ଲାମିକ ଦେଶ ନୁହେଁ । ଏଠାରେ ହିଜାବର କ’ଣ କାମ? ଆସୋସିଏସନ ପକ୍ଷରୁ କୁହାଯାଇଛି, ଏହି ନିଷ୍ପତ୍ତି କୌଣସି ସମୁଦାୟ, ବର୍ଗ ବା ସମ୍ପ୍ରଦାୟ ବିରୋଧରେ ନୁହେଁ । ସୁରକ୍ଷା କାରଣକୁ ଦୃଷ୍ଟିରେ ରଖାଯାଇ ଏପରି କରାଯାଇଛି । କିଛି ଦିନ ହେଲା ବିହାରର ବିଭିନ୍ନ ଜିଲ୍ଲାରେ ଗହଣା ଦୋକାନରୁ ଲୁଟ୍, ଚୋରି ଘଟଣା ସାମ୍ନାକୁ ଆସୁଛି ।

    ଅନେକ ସମୟରେ ଅଭିଯୁକ୍ତମାନେ ନିଜ ପରିଚୟ ଲୁଚାଇବା ପାଇଁ ମୁହଁ ଘୋଡ଼ାଇ, ମାସ୍କ ପିନ୍ଧି ବା ହିଜାବ ଭଳି କପଡ଼ା ପରିଧାନ କରି ଦୋକାନ ଭିତରେ ପଶୁଛନ୍ତି ଏବଂ ଲୁଟ୍ କରି ଚାଲିଯାଉଛନ୍ତି । ଏହା ଉଭୟ ଦୋକାନୀ ଏବଂ ଗ୍ରାହକଙ୍କ ସୁରକ୍ଷା ପ୍ରତି ବିପଦ । କାରଣ ସାଧାରଣତଃ ଗହଣା ଦୋକାନଗୁଡ଼ିକ ଲୁଟେରାଙ୍କ ନଜରରେ ଥାଏ । ତେଣୁ ଦୋକାନ ଭିତରେ ପଶିବା ପୂର୍ବରୁ ଗ୍ରାହକଙ୍କ ଚେହେରା ଜରିଆରେ ତାଙ୍କୁ ପ୍ରଥମେ ଚିହ୍ନଟ କରାଯିବା । ପରେ ସେମାନେ ଦୋକାନରୁ ଗହଣା କିଣିପାରିବେ ବୋଲି ସର୍ବଭାରତୀୟ ଜୁଏଲର୍ସ ଆସୋସିଏସନର ବିହାର ଅଧ୍ୟକ୍ଷ ଅଶୋକ କୁମାର ବର୍ମା କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook