Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୮.୯୮ କୋଟିର ସୁନା ବିସ୍କୁଟ ଜବତ, ୨ ଗିରଫ

    Share on :
    ajab-Image
    Date: Oct 11, 2026    Views: 2208

    ବିଶାଖାପାଟଣା: ବିଶାଖାପାଟଣାରୁ ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜାତୀୟ ରାଜପଥରେ ପାଟ୍ରୋଲିଂ ସମୟରେ DRI ଅଧିକାରୀମାନେ ଏହି ସୁନା ଜବତ କରିଥିବା ଜଣାପଡ଼ିଛି।

    ସୂଚନା ଅନୁଯାୟୀ, ସୁନା ବିସ୍କୁଟଗୁଡ଼ିକ କୋଲକାତାରୁ ହାଇଦ୍ରାବାଦକୁ ଚାଲାଣ କରାଯାଉଥିଲା। ଏହି ସମୟରେ ବିଶାଖାପାଟଣାରେ DRI ଅଧିକାରୀମାନେ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିର ଏକ ଗୁପ୍ତ ଚାମ୍ବରରୁ ତିନୋଟି ପ୍ୟାକେଟରେ ରଖାଯାଇଥିବା ସୁନା ବିସ୍କୁଟ ମିଳିଥିଲା।ଜବତ ସୁନାର ମୋଟ ଓଜନ ୫୮୩୨.୯୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮.୯୮ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ଚାଲାଣ ସମ୍ପର୍କରେ ତଦନ୍ତ ଜାରି ରହିଛି। ସୁନା କେଉଁଠାରୁ ଆସିଥିଲା ଏବଂ ଏହାର ଚାଲାଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ କରାଯାଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook