Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଉପର ମୁହାଁ ସୁନା ଓ ରୁପା ଦର

    Share on :
    ajab-Image
    Date: Feb 7, 2026    Views: 2311

    ନୂଆଦିଲ୍ଲୀ:  ପୁଣି ଉପର ମୁହାଁ ସୁନା ଓ ରୁପା ଦର । କେବେ କମୁଛି ତ କେବେ ପୁଣି ବଢିଯାଉଛି । ଆଜି ସୁନା ଦର ୨୮୯୦ ଟଙ୍କା ବୃଦ୍ଧି ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍‌ ସୁନାର ଦାମ ଆଜି ୧ଲକ୍ଷ ୫୬ହଜାର ୭୫୦ଟଙ୍କା ହୋଇଛି । ଗତକାଲି ଏହାର ଦର ୧ଲକ୍ଷ ୫୩ହଜାର ୮୬୦ଟଙ୍କା ରହିଥିଲା ।

    ସେହିପରି ୨୨କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୪୩ହଜାର ୭୦୦ ଟଙ୍କା ହୋଇଛି । ଗତକାଲି ୧ଲକ୍ଷ ୪୧ହଜାର ୫୦ଟଙ୍କା ରହିଥିଲା । ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୨୬୫୦ଟଙ୍କା ବଢିଛି ।

    ଅନ୍ୟପଟେ ରୁପା ଦର ୧୦ହଜାର ଟଙ୍କା ବୃଦ୍ଧି ପାଇଛି । ରୁପ ଦର ଗତକାଲି କିଲୋଗ୍ରାମ ପିଛା ୨ଲକ୍ଷ ୭୫ହଜାର ରହିଥିବା ବେଳେ ଆଜି ୧୦ହଜାର ଟଙ୍କା ବୃଦ୍ଧି ପାଇ ୨ଲକ୍ଷ ୮୫ହଜାରରେ ପହଞ୍ଚିଛି । ଆଜି ସକାଳୁ ମାର୍କେଟ ଖୋଲିବା ମାତ୍ରେ ସୁନା ଓ ରୁପା ମହଙ୍ଗା ହୋଇଛି । ଫଳରେ ଏହା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook