ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟର ଅଳଙ୍କାର ବଜାରରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁନା ଏବଂ ରୁପା ଦରରେ ଆଜି ଏକ ଆଖିଦୃଶିଆ ହ୍ରାସ ଘଟିଛି, ଯାହା ଗ୍ରାହକ ଓ ନିବେଶକମାନଙ୍କୁ ଚକିତ କରିଦେଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ଉଭୟ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ସେହିପରି ରୁପା ମୂଲ୍ୟ ମଧ୍ୟ ହଜାର ହଜାର ଟଙ୍କା ଶସ୍ତା ହୋଇଛି । ବଜାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ୍ ସୁନା ଏହାର ମୂଲ୍ୟରେ ୩,୧୦୦ ଟଙ୍କା ହ୍ରାସ ଘଟିବା ଫଳରେ ଏହା ୧,୩୨,୫୫୦ ଟଙ୍କାକୁ ଖସିଆସିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ ଅର୍ଥାତ୍ ୩,୩୮୦ ଟଙ୍କା ଖସିଯିବା ପରେ ଏବେ ଏହା ୧,୪୪,୬୦୦ ଟଙ୍କାରେ ପହଞ୍ଚିଛି ।
ଅନ୍ୟପକ୍ଷରେ, ରୁପା ମଧ୍ୟ ସୁନା ପଛକୁ ପଛ କ୍ରମାଗତ ଭାବେ ଶସ୍ତା ହେବାରେ ଲାଗିଛି । କିଲୋଗ୍ରାମ ପିଛା ରୁପା ମୂଲ୍ୟ ୫,୦୦୦ ଟଙ୍କା ହ୍ରାସ ପାଇ ଏବେ ୨,୫୦,୦୦୦ ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି । ବଜାର ସମୀକ୍ଷକ ଏବଂ ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱସ୍ତରୀୟ ଘଟଣାବଳୀ ଏବଂ ସ୍ଥାନୀୟ ବଜାରର ସ୍ଥିତି ଯୋଗୁଁ ସୁନା ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳୁଛି ।
Comments ସମସ୍ତ ମତାମତ