Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ବଢିଲା ସୁନା, ରୂପା ଦର

    Share on :
    ajab-Image
    Date: Feb 23, 2026    Views: 2271

    ନୂଆଦିଲ୍ଲୀ: ଗତକାଲି ସୁନା ଏବଂ ରୂପା ଦର ଅପରିବର୍ତ୍ତିତ ଥିବାବେଳେ ଆଜି ସାମନ୍ୟ ବୃଦ୍ଧି ଘଟିଛି। ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୨୦୭୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୩୫୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୯ହଜାର ୨୮୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୯୦୦ ଟଙ୍କା ବୃଦ୍ଧି ଘଟିଛି। ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୭ହଜାର ୯୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୬ହଜାର ଟଙ୍କା ରହିଥିଲା।

    ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। ରୂପା ଦର ୧୦ ହଜାର ଟଙ୍କା ବୃଦ୍ଧି ଘଟି କିଲୋଗ୍ରାମ୍‌ ପିଛା ୩ଲକ୍ଷ ଟଙ୍କାରେ ପହଞ୍ଚିଛି । ଗବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । ଗତ ଦୁଇ ଦିନ ହେବ ଦର ହ୍ରାସ ହୋଇଥିବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook