Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି କମିଲା ସୁନା ଓ ରୂପା ଦର

    Share on :
    ajab-Image
    Date: Feb 5, 2026    Views: 3019

    ନୂଆଦିଲ୍ଲୀ: ଗତକାଲି ଦର ବୃଦ୍ଧି ହେବା ପରେ ଆଜି ପୁଣି କମିଛି ସୁନା ଓ ରୂପା ଦର । ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା ।

    ସେହିପରି ୨୨କ୍ୟାରେଟ ସୁନା ୪ହଜାର ୬୦୦ କମିଛି । ୧୦ଗ୍ରାମ୍‌ ପିଛା ୨୨କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୪୧ହଜାର ୭୦୦ ହୋଇଛି । ଗତକାଲି ଏହା ୧ଲକ୍ଷ ୪୬ହଜାର ୩୦୦ ହୋଇଥିଲା ।
    ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ପୁଣି ୨୦ହଜାର କମିଲା ରୂପା ଦର । ୧କିଲୋଗ୍ରାମ ରୂପାର ଦାମ୍‌ ୨୦ହଜାର ଟଙ୍କା ହ୍ରାସ ପାଇ ୩ଲକ୍ଷରେ ପହଞ୍ଚିଛି । ତେବେ ଗତକାଲି ରୂପା ଦର ବୃଦ୍ଧି ପାଇଥିଲା, ୩ଲକ୍ଷ ୨୦ହଜାର ଟଙ୍କା ରହିଥିଲା ରୂପା ଦର । ତେବେ ଆଜି ସୁନା ଓ ରୂପା ଦର କମିବା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook