Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ଼ିଶା ଦେଇ ଚାଲାଣ ହେଲା ୩.୧ କେଜି ସୁନା

    Share on :
    ajab-Image
    Date: Oct 21, 2026    Views: 3207

    ପୁଣି ଚକମା ଖାଇଲା ଓଡିଶା ପୋଲିସ ସହ ଓଡିଶା ଗୁଇନ୍ଦା ବିଭାଗ। ସୁନା ଚୋରା ଚାଲାଣକାରୀ ଓଡ଼ିଶା ଦେଇ ନେଇଗଲେ ୩ କେଜି ସୁନା। ବାଂଲାଦେଶରୁ ବିଦେଶୀ ସୁନା ଚୋରା ଚାଲାଣ କରି କୋଲକାତା ଦେଇ ହାଇଦ୍ରାବାଦକୁ ପଠାଉଥିବା ଏକ ଗ୍ୟାଙ୍ଗ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ହାଇଦ୍ରାବାଦ ଓ ବିଜୟୱାଡ଼ାର ଅଧିକାରୀମାନେ ମିଳିତ ଅଭିଯାନ ଚଳାଇଥିଲେ।ବିଜୟୱାଡ଼ା ସହରର ଉପକଣ୍ଠରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଯାଇଥିଲା। ଗାଡ଼ିର ଏକ ଗୁପ୍ତ ଚାମ୍ବରରୁ ବିଦେଶୀ ମୁଦ୍ରା ଜବତ ହୋଇଥିଲା। ପଚରାଉଚରା ସମୟରେ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ବିଜୟୱାଡ଼ା ଉପକଣ୍ଠରେ ସୁନା ପହଞ୍ଚାଇଥିବା ସ୍ୱୀକାର କରିଥିଲେ। ଜବତ ବିଦେଶୀ ମୁଦ୍ରା ଚୋରା ଚାଲାଣ ହୋଇଥିବା ସୁନା ବିକ୍ରିରୁ ମିଳିଥିବା ଟଙ୍କା ବୋଲି ଜଣାପଡ଼ିଥିଲା।ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଏକ ଯାତ୍ରୀବାହୀ ବସରେ ହାଇଦ୍ରାବାଦ ଯାଉଥିବା ଅନ୍ୟ ତିନି ଜଣ ସୁନା ଚାଲାଣକାରୀଙ୍କୁ ଚିହ୍ନଟ କରାଯାଇ ଏକ ଟୋଲ୍ ପ୍ଲାଜାରେ ଅଟକାଯାଇଥିଲା। ସେମାନଙ୍କ ଠାରୁ ପ୍ରାୟ ୩.୧ କିଲୋଗ୍ରାମ ଓଜନର ତିନୋଟି ବିଦେଶୀ ସୁନା ବିସ୍କୁଟ୍ ଜବତ ହୋଇଥିଲା। ସେମାନେ ସୁନା ବିସ୍କୁଟ୍ ଗୁଡ଼ିକୁ ଏକ ଥଳିରେ ରଖି ଅଣ୍ଟାରେ ବାନ୍ଧିଥିଲେ।ଏହି ଚୋରା ସାମଗ୍ରୀ ସଂଗ୍ରହ ଓ ପରିବହନରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook