Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶସ୍ତା ହୋଇଗଲା ସୁନା

    Share on :
    ajab-Image
    Date: Sep 3, 2026    Views: 3135

    ସୁନା ବଜାରରେ ବଡ଼ ହଲଚଲ। ଶସ୍ତା ହୋଇଗଲା ସୁନା। ୪ ଦିନରେ ପ୍ରାୟ ୬ ହଜାର ଟଙ୍କା କମିଲା। ଅଗଷ୍ଟରେ ହୁ ହୁ ହୋଇ ବଢିଥିଲା ସୁନା ଦର। ହେଲେ ସେପ୍ଟେମ୍ବର ଆରମ୍ଭରୁ ପୁଣି ଖସିଛି ସୁନା। ଏବେ ତଳମୁହାଁ ସୁନା-ରୁପା ରେଟ୍। ଲଗାତାର ଚାରି ଦିନ ହେଲାଣି ବଜାରରେ ଖସୁଛି ଭାଉ। ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଛି ୨୨ କ୍ୟାରେଟ ସୁନା। ତେଣୁ ଆଉ ଡେରି କରନ୍ତୁନି, ଏବେ ହିଁ କିଣି ନିଅନ୍ତୁ। ଆଗକୁ ପାର୍ବଣ ଓ ବିବାହ ଋତୁ ଆସୁଥିବା ବେଳେ ସୁନା ଦର ହ୍ରାସ ଗ୍ରାହକଙ୍କୁ କରିଛି ସାମାନ୍ୟ ଆଶ୍ବସ୍ତି। ମାତ୍ର ୪ ଦିନରେ ୨୨ କ୍ୟାରେଟ୍ ଦାମରେ ୫,୭୦୦ ଟଙ୍କାର ବଡ଼ ହ୍ରାସ ଦେଖିବାକୁ ମିଳିଛି। ଗତ ଅଗଷ୍ଟ ୨୯ ତାରିଖରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦାମ୍ ଥିଲା ଲକ୍ଷେ ୪୫ ହଜାର ୫୦ ଟଙ୍କା। ଏବେ ଭୁବନେଶ୍ବର ବଜାରରେ ୧୦ ଗ୍ରାମ ସୁନା ଦର ଲକ୍ଷେ ୩୯ ହଜାର ୩୫୦ ଟଙ୍କା ରହିଛି। ଆଜି ୨୨ କ୍ୟାରେଟ୍ ସୁନା ଦର ୧୯୦୦ ଟଙ୍କା ଶସ୍ତା ହୋଇଛି। ସେହିଭଳି ୨୪ କ୍ୟାରେଟ୍ ସୁନା ୨ ହଜାର ୭୦ ଟଙ୍କା କମିଛି। ବର୍ତ୍ତମାନ ୧୦ ଗ୍ରାମ ୨୪ କ୍ୟାରେଟ୍ ଦାମ୍ ରହିଛି ୧ ଲକ୍ଷ ୫୨ ହଜାର ଟଙ୍କା। ୧୮ କ୍ୟାରେଟ ୧୫ ଶହ ୫୦ ଟଙ୍କା କମି ଲକ୍ଷେ ୧୪ ହଜାର ଟଙ୍କାରେ ବିକ୍ରି ହେଉଛି । ଯଦି ରୁପା ଦାମ୍ କଥା କହିବା, ଆଜି ଭୁବନେଶ୍ବରରେ ରୁପା କେଜି ମୂଲ୍ୟ ରହିଛି ଅଢେଇ ଲକ୍ଷ ଟଙ୍କା।
    ଅନ୍ୟପଟେ ଏବେ ସୁନା ନକିଣିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଗତ ମେ' ମାସରେ ମଧ୍ୟ ସେ ଏଭଳି ଅପିଲ୍ କରିଥିଲେ। ଗ୍ଲୋବାଲ୍ ସଙ୍କଟ, ଯୁଦ୍ଧ ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ ରଖିବା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook