Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କରୋନା ବେଳେବି ୨୯୧୯ କୋଟି ଆୟ କଲା ଏହି ସିନେମା

    Share on :
    ajab-Image
    Date: May 16, 2021    Views: 7242

    ଭୁବନେଶ୍ୱର : କରୋନା ପାଇଁ ବଲିଉଡ ସିନେମା ହଲକୁ ଆସିପାରୁନାହିଁ । ବହୁ ସିନେମା ବ୍ୟବସାୟ ବି କରିପାରୁନାହାନ୍ତି  । ହେଲେ ହଲିଉଡ ସିନେମା ଗଡଜିଲା ଭର୍ସେସ କଙ୍ଗ ସିନେମା କିନ୍ତୁ କରୋନା କାଳରେ ଇତିହାସ ରଚିଛି । ସିନେମାଟି ୨୯୧୯ କୋଟି ଟଙ୍କାର ବ୍ୟବସାୟ କରି ସମସ୍ତଙ୍କୁ ଚକିତ କରିଦେଇଛି  ।

    ୨୦୧୭ରେ ମୁକ୍ତିଲାଭ କରିଥିବା କଙ୍ଗ : ସ୍କଲ ଆଇଲାଣ୍ଡ ଓ ୨୦୧୯ର ସିନେମା ଗଡଜିଲା : କିଙ୍ଗ ଅଫ ଦ ମନଷ୍ଟର୍ସର  ସିକ୍ୱେଲ ହେଉଛି ଗଡ଼ଜିଲା ଭର୍ସେସ କଙ୍ଗ  । କରୋନା ସମୟରେ ଏହା ଥିଏଟରକୁ ଆସିଥିବାବେଳେ ସମସ୍ତେ ଭାବୁଥିଲେ ବ୍ୟବସାୟ ମାନ୍ଦା ହୋଇଯିବ  । ତେବେ କରୋନା କାଳରେ ମୁକ୍ତିଲାଭ କରିଥିବା ଟେନେଟକୁ ବି ଏହା ବ୍ୟବସାୟରେ ପଛରେ ପକାଇ ଦେଇଛି  ।

    ହଲିଉଡ ବକ୍ସ ଅଫିସ ଅପେକ୍ଷା ସିନେମାଟି ଅନ୍ୟ ଦେଶରେ ଭଲ ବ୍ୟବସାୟ କରିପାରିଛି  । ହଲିଉଡ଼ ବକ୍ସ ଅଫିସରେ ସିନେମାଟି ୮୦.୫ ନିୟୂତ ଡଲାର ବ୍ୟବସାୟ କରିଥିବାବେଳେ ବିଦେଶରେ ତାହା ୩୦୯.୭ ନିୟୂତ ଡଲାର ବ୍ୟବସାୟ କରିଛି  । ବିଶେଷକରି ଚାଇନାରେ ସିନେମାଟି ୧୭୭.୩୮ ନିୟୂତ ଡଲାର ଆୟ କରିପାରିଛି ବୋଲି ଜଣାପଡ଼ିଛି  ।

    Maximum 500 characters

    ସିନେମା View all

    Find Us on Facebook