Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ : ଥାଇଲାଣ୍ଡରୁ ଧରାପଡ଼ିଲେ ଲୁଥ୍ରା ବ୍ରଦର୍ସ

    Share on :
    ajab-Image
    Date: Dec 11, 2025    Views: 3044

    ନୂଆଦିଲ୍ଲୀ, : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଥାଇଲାଣ୍ଡରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ। ଏହି ଦୁଇ ଅଭିଯୁକ୍ତଙ୍କୁ ଭାରତ ଅଣାଯାଉଛି। ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯାଞ୍ଚ ଏଜେନ୍ସି ଏବେ ଜୋରଦାର ତନାଘନା ଚଳାଇଛି। ସେପଟେ ଲୁଥ୍ରା ବ୍ରଦର୍ସ ଦିଲ୍ଲୀ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଦୁଇ ଭାଇଙ୍କୁ କୋର୍ଟ ଜାମିନ ଦେଇ ନ ଥିବାବେଳେ ଏହା ଉପରେ ପୁଲିସକୁ ଜବାବ ମାଗିଛନ୍ତି । ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
    ପିଟିସନ ଲୁଥ୍ରା ଭ୍ରାତାଙ୍କ  ଓକିଲ ଦର୍ଶାଇଛନ୍ତି ଯେ, ଘଟଣା ଦିନ ସେମାନେ ଗୋଆରେ ନ ଥିଲେ । କାମ  ପାଇଁ ସେମାନେ ଥାଇଲାଣ୍ଡ ଯାଇଥିଲେ । ସେମାନେ ଆଇନ ହାତରୁ ବର୍ତ୍ତିବାକୁ ଚେଷ୍ଟା କରୁନାହାନ୍ତି। ଏଥିସହ କ୍ଲବର ଦୈନନ୍ଦିନ ପରିଚାଳନାକୁ ସେମାନେ ତଦାରଖ କରୁ ନଥିଲେ । ଲୁଥ୍ରା ଭ୍ରାତାଙ୍କ ପାଖରେ ନାଇଟ୍‌ କ୍ଲବ୍‌ ଚଲାଇବା ଲାଗି କେବଳ ଲାଇସେନ୍ସ ରହିଛି । କିନ୍ତୁ  ସେମାନେ ମାଲିକ ନୁହନ୍ତି । ଅନ୍ୟପକ୍ଷରେ  କ୍ଲବ୍‌ର ଆଉ ଜଣେ ସହ ମାଲିକ ଅଜୟ ଗୁପ୍ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରୁ ଗୋଆ ପୁଲିସ ତାଙ୍କୁ ହେପାଜତକୁ ନେଇଛି । ତେବେ ସେ କେବଳ ଜଣେ  ବିଜନେସ ପାର୍ଟନର, କ୍ଲବର ମାଲିକ ନୁହେଁ ବୋଲି ଅଜୟ କହିଛନ୍ତି।​​​​​​​ସୂଚନାନୁଯାୟୀ, ଗୋଆରେ ବିର୍ଚ ବାଏ ରୋମିଓ ଲେନ୍‌ ନାଇଟ୍‌ କ୍ଲବ୍‌ରେ ଗତ ୬ ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ନାଇଟ୍ କ୍ଲବରେ ନିଆଁ ଲାଗିବା ପରେ ଲୁଥ୍ରା ବ୍ରଦର୍ସ ଗୌରବ ଏବଂ ସୌରଭ ଦେଶ ଛାଡ଼ି ପଳାୟନ କରିଥିଲେ। ସେମାନଙ୍କୁ ଗିରଫ କରିବାକୁ ସିବିଆଇ ଇଣ୍ଟରପୋଲରୁ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଥିଲା। ଏବେ ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଧରା ପଡ଼ିଛନ୍ତି।

    ଗୋଆ ପୁଲିସ ଅନୁସାରେ, ଅଗ୍ନିଶମ ବାହିନୀ ନିଆଁ ଲିଭାଉଥିବା ବେଳେ ଲୁଥ୍ରା ବ୍ରଦର୍ସ ଦେଶ ଛାଡ଼ି ପଳାୟନ କରିଥିଲେ। ଗୋଆ ସରକାର ବୈଦେଶିକ ମନ୍ତ୍ରାଳୟକୁ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ରବ୍ଦ ପାଇଁ ଅନୁରୋଧ କରିଥିଲା । ଯାହାପରେ ବୈଦେଶିକ ମନ୍ତ୍ରାଳୟ ଏହା ଉପରେ କାର୍ୟ୍ୟାନୁଷ୍ଠାନ ନେଇଛି। ଦୁଇ ଭାଇ ଥାଇଲାଣ୍ଡ ପଳାଇଥିବାବେଳେ ସେମାନଙ୍କ ବିରୋଧରେ ଇଣ୍ଟରପୋଲ ଦ୍ୱାରା ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି ହୋଇଛି। ସେମାନେ ଫୁକେଟରେ ଲୁଚିଥିବା ସୂଚନା ମିଳିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook