Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜିଏମ୍‌ୟୁ ଅଫିସିଆଲ୍ ୱେବସାଇଟ୍ ହ୍ୟାକ୍

    Share on :
    ajab-Image
    Date: Jan 8, 2026    Views: 3402

    ସମ୍ବଲପୁର୧: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ ) ଅଫିସିଆଲ୍ ୱେବସାଇଟ୍ ହ୍ୟାକ୍ । ସାଇଟ୍‌ରେ ପାକିସ୍ତାନୀ ପତାକା ସହ ପାକିସ୍ତାନ ଜିନ୍ଦାବାଦ ଲେଖାଯାଇଛି। ହ୍ୟାକର୍‌ଙ୍କ ସୂଚନା ମିଳି ନ ଥିଲେ ମଧ୍ୟ ଏହା ପାକିସ୍ତାନୀ ହ୍ୟାକର୍‌ଙ୍କ କାମ ବୋଲି ସନ୍ଦେହ କରାଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୁରନ୍ତ ଅଫିସିଆଲ୍ ୱେବସାଇଟ୍‌କୁ ବନ୍ଦ କରାଯିବ ସହ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ୱେବସାଇଟ୍‌କୁ ରିଷ୍ଟୋର କରିବାରେ ସଫଳ ହୋଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।
    ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୮ଟାରେ କେତେ ଜଣ ଛାତ୍ର ପରୀକ୍ଷା ସୂଚନା ଜାଣିବା ପାଇଁ ଜିଏମ୍‌ୟୁ ଅଫିସିଆଲ୍ ୱେବସାଇଟ୍ ସର୍ଚ୍ଚ କରୁଥିବାବେଳେ ପାକିସ୍ତାନୀ ପତାକା ଦେଖିଥିଲେ । ଏହାସହ ୱେବସାଇଟ୍‌ରେ ପାକିସ୍ତାନ ଜିନ୍ଦାବାଦ ଓ ବିଭିନ୍ନ ଖରାପ ମନ୍ତବ୍ୟ ଲେଖାଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା ।
    ଜିଏମ୍‌ୟୁ ଉପ କୁଳସଚିବ ଉମାଚରଣ ପତି କହିଛନ୍ତି, ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରେ ସାଧାରଣ ସୂଚନା ରହିଥିଲା । ଏଥିରେ କୌଣସି ଗୋପନୀୟ ତଥ୍ୟ ନାହିଁ । ତଥାପି ଏ ସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୱେବସାଇଟ୍ ଚଳାଉଥିବା ସଂସ୍ଥା ଦ୍ୱାରା ଏହାକୁ ପୁନଃକାର୍ଯ୍ୟକ୍ଷମ କରାଯାଇଥିଲା। ହ୍ୟାକର୍‌ଙ୍କ ସମ୍ପର୍କରେ ସୂଚନା ପାଇଁ ମଧ୍ୟ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଉଛି । ଏହା ପାକିସ୍ତାନୀ ହ୍ୟାକର୍‌ଙ୍କ କାମ କି ନୁହେଁ ଜଣାପଡ଼ିନି । କିନ୍ତୁ ପାକିସ୍ତାନ ଜିନ୍ଦାବାଦ ଲେଖାଯାଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ଘଟଣାର ତଦନ୍ତ ପରେ ଜଣାପଡ଼ିବ ।

    ଏହାସହ ଶ୍ରୀ ପତି କହିଛନ୍ତି, ୱେବସାଇଟ୍ ହ୍ୟାକ୍ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ହେବ ନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ସୂଚନା ତାଙ୍କ ହ୍ୱାଟସ୍ଆପ୍ ଗ୍ରୁପରେ ଦିଆଯାଉଛି । ପରୀକ୍ଷା କିମ୍ବା ଅନ୍ୟ କୌଣସି ସୂଚନା ସେଠାରେ ଦିଆଯାଇଥିଏ । ତେଣୁ ୱେବସାଇଟ୍ ହ୍ୟାକ୍ ହେବା ଦ୍ୱାରା ସେମାନଙ୍କ ଅସୁବିଧା ହେବ ନାହିଁ । ୱେବସାଇଟ୍କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଠିକା ସଂସ୍ଥା ଉଦ୍ୟମ ଆରମ୍ଭ କରିଛି । ଏପଟେ, ବିଳମ୍ବିତ ରାତିରେ ୱେବସାଇଟ୍ ଖୋଲାଯାଇଛି । ପୂର୍ବରୁ ଯେମିତି ଥିଲା, ସେହିଭଳି କାର୍ଯ୍ୟକ୍ଷମ ହୋଇଛି । ହ୍ୟାକର୍ ପକ୍ଷରୁ ଦିଆଯାଇଥିବା ସମସ୍ତ ତଥ୍ୟକୁ ହଟାଯାଇଛି । ସମ୍ବଲପୁର ଅତିରିକ୍ତ ଏସ୍ପି ଶଶାଙ୍କ ବେଉରା କହିଛନ୍ତି, ହ୍ୟାକ୍ ହୋଇଥିବା ୱେବସାଇଟ୍କୁ ତୁରନ୍ତ ରିଷ୍ଟୋର୍ କରାଯାଇଛି । ଏହାକୁ ନେଇ ତଦନ୍ତ ଚାଲିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook