Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି

    Share on :
    ajab-Image
    Date: Feb 13, 2026    Views: 2893

    ଭୁବନେଶ୍ବର: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୀତାଙ୍କ ମସ୍ତିସ୍କାଘାତ ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ୧୯୭୦ ମସିହାରୁ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଧୁନିକ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ପ୍ରସିଦ୍ଧ । ପ୍ରାୟତଃ ଅକ୍ଷୟ ମହାନ୍ତିଙ୍କ ସହ ମିଶି ତାଙ୍କର ପ୍ରସିଦ୍ଧ ଗୀତଗୁଡ଼ିକ ହେଉଛି ଏମିତି ପୁଅକୁ ମୁ ବାହା ହୁଏନ୍ତି, ବାହା ମୁ ହେବି ଏବଂ ମୋ ଦେହରେ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook