Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଛାଡ଼ି ପାରନ୍ତି ଗିରିଧର ଗମାଙ୍ଗ

    Share on :
    ajab-Image
    Date: Jan 15, 2023    Views: 3416

    ରାୟଗଡ଼ା : ବିଜେପି ଛାଡ଼ି ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ। ପୁଅ ଶିଶିର ଗମାଙ୍ଗ ସହ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ମଙ୍ଗ ଧରିବାକୁ କରିଛନ୍ତି ଯୋଜନା।  ହାଇଦ୍ରାବାଦରେ ବିଆରଏସ୍‌ ପ୍ରତିଷ୍ଠାତା ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିବା ପରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି। ଯାହାକୁ ଶିଶିର ମଧ୍ୟ ସ୍ବୀକାର କରିଛନ୍ତି। କହିଛନ୍ତି, ଓଡ଼ିଶା ଦାୟିତ୍ବ ନେବାକୁ ବାପାଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ତେବେ ଆମେ ବିଜେପି ଛାଡ଼ିନୁ, ଏ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବୁ।

    ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ଲଢ଼ିବ ବିଆରଏସ୍। ଏଥି ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଓଡ଼ିଶାରେ ନିଜ ଦଳର କାୟା ବିସ୍ତାର ସହ ମଙ୍ଗ ଧରିବାକୁ ପୁରୁଣା ବନ୍ଧୁ ଗିରିଧର ଗମାଙ୍ଗଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି। ଉଭୟ ଗିରିଧର ଓ ଶିଶିର ସାକ୍ଷାତ ବେ​ଳେ ଓଡ଼ିଶା ରାଜନୀତି ସଂପର୍କରେ ଶ୍ରୀ ରାଓଙ୍କ ସହ ଆଲୋଚନା କରିଛନ୍ତି। ହାଇଦ୍ରାବାଦ୍ ଭଳି ଓଡ଼ିଶାକୁ ବିକଶିତ କରିବା ପାଇଁ ଚନ୍ଦ୍ରଶେଖର ପ୍ରସ୍ତାବ ଦେଇଛନ୍ତି। ଶୁକ୍ରବାର ଗିରିଧରଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ଆଲୋଚନା କରିଥିବା ବେଳେ ଆଜି ଶିଶିରଙ୍କ ସହ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ନିଜ କୋର୍ ଟିମ୍ ସହ ଶିଶିରଙ୍କୁ ସାକ୍ଷାତ କରାଇଥିଲେ। ଗିରିଧର, ଶିଶିର ସବୁଜ ସଙ୍କେତ ଦେଲେ ଓଡ଼ିଶା ରାଜନୀତିରେ ଖୁବ୍ ଶୀଘ୍ର ପାଦ ଥାପିବ ବିଆରଏସ୍।

    Maximum 500 characters

    ରାଜନୀତି View all

    Find Us on Facebook