Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦଳରେ ଦେଖି ନଦେଖିବା ଭଳି ବ୍ୟବହାର କରାଯାଉଥିଲା :ଗିରିଧର ଗମାଙ୍ଗ

    Share on :
    ajab-Image
    Date: Jan 25, 2023    Views: 3473

    ଭୁବନେଶ୍ୱର:  “ସେମାନେ ଯେତିକି ପଚାରିଲେ କହିଲି, ଯାହା ପଚାରିଲେନି, ତା’ କହିଲିନି । ଯେଉଁଠିକି ଡାକିଲେ ଗଲି, ନ ଡାକିଲେ ଗଲିନି । ଦେଖିକି ମୋତେ, ନ ଦେଖିଲା ଭଳିଆ ବ୍ୟବହାର କରୁଥିଲେ । ମୋତେ କାର୍ୟ୍ୟକ୍ରମରେ ସାମିଲକଲେନି । ଭବିଷ୍ୟତରେ ବି ମୋର ବିଜେପିରେ ନିର୍ବାଚନ ଲଢିବାର ନାହିଁ ” ବୋଲି ବରିଷ୍ଠ ନେତା ଗିରିଧର ଗମାଙ୍ଗ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିକୁ ଝଟକା ଲାଗିଛି । ଭାରତୀୟ ଜନତା ପାର୍ଟି ଛାଡ଼ିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ନିର୍ବାଚନକୁ ଆଉ ମାତ୍ର କିଛି ମାସ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି ବରିଷ୍ଠ ନେତା ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ବାପ-ପୁଅ ଉଭୟ ଦଳରୁ ଏକା ସାଥିରେ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି ।
    ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗିରିଧର ଓ ଶିଶିର ସେମାନଙ୍କ ମନର କଥା ରଖିଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିକଟକୁ ଶିଶିର ଓ ଗିରିଧର ପଠାଇଛନ୍ତି । ତାହା ସହ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଉଭୟ । ଉଭୟ କହିଛନ୍ତି, ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛୁ । 

    ସୂଚନାଯୋଗ୍ୟ ଯେ, ଭାରତୀୟ ଜାତୀୟ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ଗିରିଧାରୀ ଗମାଙ୍ଗ । ୧୭ ଫେବୃଆରୀ ୧୯୯୯ରେ ଗିରିଧାରୀ ଗମାଙ୍ଗଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଭାବେ ଦାୟିତ୍ୱ ମିଳିଥିଲା । ପ୍ରାୟ ୨୯୨ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ୬ ଡିସେମ୍ବର ୧୯୯୯ରେ ଇସ୍ତଫା ଦେଇଥିଲା । ଏହାପରେ ହେମାନନ୍ଦ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ତେବେ ଦଳ ସହିତ ବିବାଦ କାରଣରୁ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁଅ ୨୦୧୫ ମସିହାରେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିଲେ । ଆଉ ବିଜେପିରେ ସାମିଲ ହୋଇଥିଲା ବାପ-ପୁଅ । ହେଲେ ଏବେ ଉଭୟ ଗମାଙ୍ଗ ବାପ-ପୁଅ ବିଜେପିକୁ ବାଏ ବାଏ କରିଛନ୍ତି ।  

    Maximum 500 characters

    ତାଜା ଖବର View all

    Find Us on Facebook