Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ, ବିଆରଏସରେ ଯୋଗଦେବେ

    Share on :
    ajab-Image
    Date: Jan 25, 2023    Views: 3004

    ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପି ଛାଡ଼ିଛନ୍ତି  । ଗତ କିଛିଦିନ ଧରି ସେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା  । ଏକ ସାମ୍ବାଦିକ ସମ୍ମିଳନୀରେ ଗିରିଧର ଏହା ସ୍ପଷ୍ଟ କରିଛନ୍ତି  । ଗିରିଧରଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ଦଳ ଛାଡ଼ିଛନ୍ତି  । ଆଗାମୀ ଦିନରେ ସେ ଏକ ଜାତୀୟ ଦଳରେ ଯୋଗଦେବେ ବୋଲି କହିଛନ୍ତି  । ନାଁ ନକହିଥିଲେ ବି ସେ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗଦେବେ ବୋଲି ଜଣାପଡ଼ିଛି  । 

    ନିକଟରେ ଗିରିଧର ଓ ଶିଶିର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ  । କେସିଆର ତାଙ୍କୁ ଦଳରେ ଯୋଗଦେବାକୁ ନିମନ୍ତ୍ରଣ ଦେଇଥିଲେ ବୋଲି ଶିଶିର କହିଥିଲେ  । ସେବେଠୋରୁ ସେମାନେ ବିଆରଏସରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା  । କେସିଆର ଏବେ ଓଡ଼ିଶା ରାଜନୀତି ଉପରେ ନଜର ରଖିଛନ୍ତି  । ବିଶେଷକରି ଦକ୍ଷିଣ ଓଡ଼ିଶା ଉପରେ ସେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି  । ଓଡ଼ିଶାର କେତେକ ନେତାଙ୍କ ସହ ଚନ୍ଦ୍ରଶେଖର ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook