Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପର୍ଥ ଟେଷ୍ଟରୁ ଗିଲ୍‌ ବାଦ୍‌, ପାଡ଼ିକଲ ସାମିଲ

    Share on :
    ajab-Image
    Date: Nov 18, 2024    Views: 3173

    ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଚଳିତ ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ଉକ୍ତ ଟେଷ୍ଟ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତକୁ ବଡ୍‌ ଝଟକା ଲାଗିଛି। ଭାରତୀୟ ବ୍ୟାଟ୍‌ସମ୍ୟାନ ଶୁବମାନ ଗିଲ୍‌ ଆହତ ହୋଇଛନ୍ତି। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ପର୍ଥ ଟେଷ୍ଟରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ପର୍ଥ ଟେଷ୍ଟ ଲାଗି ଦେବଦତ୍ତ ପାଡ଼ିକଲଙ୍କୁ ସାମିଲ କରାଯାଇଛି।ଇଣ୍ଟ୍ରାସ୍କ୍ବାର୍ଡ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଗିଲ୍‌ଙ୍କ ବାମହାତ ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ସେ ପଡିଆ ଛାଡିଥିଲେ। ଏକ୍ସରେ ପରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି।ସେ ଦୁଇ ସପ୍ତାହ ପର‌୍ୟ୍ୟନ୍ତ ଖେଳିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଫଳରେ ୨୨ରୁ ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ। ଡିସେମ୍ବର ୬ରୁ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ ସୁସ୍ଥ ହୋଇ ଯାଇଥିବା ଆଶା କରାଯାଉଛି। ପୂର୍ବରୁ ଅଭ୍ୟାସ ସମୟରେ ବ୍ୟାଟ୍‌ସମ୍ୟାନ ଲୋକେଶ ରାହୁଲ ମଧ୍ୟ ଆହତ ହୋଇଥିଲେ। ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌ ରାହୁଲଙ୍କ କହୁଣୀରେ ବାଜିଥିଲା। ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି ବିସିସିଆଇ ପକ୍ଷରୁ କୁହା ଯାଇଥିଲା। ବିସିସିଆଇ ପକ୍ଷରୁ ଗିଲଙ୍କ ସ୍ଥାନରେ ପାଡ଼ିକଲଙ୍କୁ ସାମିଲ କରାଯାଇଛି। ପାଡ଼ିକଲ ଏବେ ଅଷ୍ଟ୍ରେଲିଆରେ ରହିଛନ୍ତି। ଭାରତୀୟ-ଏ ଦଳ ସହିତ ଅନୈପଚାରିକ ଟେଷ୍ଟ ଖେଳିବା ଲାଗି ପାଡ଼ିକଲ ଅଷ୍ଟ୍ରେଲିଆରେ ରହିଛନ୍ତି। ଭାରତୀୟ ଦଳ ସହିତ ଯୋଗଦେବାକୁ ପାଡ଼ିକଲକୁ ବିସିସିଆଇ ପକ୍ଷରୁ କୁହାଯାଇଛି। ପର୍ଥ ଟେଷ୍ଟରେ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଯଶପ୍ରୀତ ବୁମ୍‌ରା ଅଧିନାୟକ ଦାୟିତ୍ବ ତୁଲାଇବେ। ଏବେ ଗିଲ୍‌ ପର୍ଥ ଟେଷ୍ଟରୁୁ ବାଦ୍‌ ପଡ଼ିବା ଭାରତୀୟ ଦଳର ଚିନ୍ତାକୁ ବଢାଇ ଦେଇଛି। ପର୍ଥ ଟେଷ୍ଟ ଚଳିତ ନଭେମ୍ବର ୨୨ରୁ ଆରମ୍ଭ ହେଉଛି।

    Maximum 500 characters

    ଖେଳ ଖବର View all

    Find Us on Facebook