ମୁଖ୍ୟ ଖବର
ବିଶିଷ୍ଟ ଜ୍ୟୋତିଷମାନେ ୯ଟି ଗ୍ରହ ପାଇଁ ୯ ପ୍ରକାରର ପଥର ବିଶେଷ ଭାବେ ଉପଯୁକ୍ତ ବୋଲି ବାାଖ୍ୟା କରିଛନ୍ତି । ସେମାନଙ୍କ ଅନୁଯାୟୀ ସୂର୍ଯ୍ୟଙ୍କ ପାଇଁ ମାଣିକ ପଥର ବେଶ ଉପଯୋଗୀ ବୋଲି କହିଛନ୍ତି । ‘ସାଇ ଜେମ୍ସ’ର ସ୍ୱତ୍ୱାଧୀକାରୀ ଅମିତ ବର୍ମନଙ୍କ କୁହନ୍ତି ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ଼ କରିବା ପାଇଁ ମାଣିକ ପଥରକୁ ସମସ୍ତେ କିଣୁଛନ୍ତି । ଉଭୟ ସୁନା ଓ ରୁପା ମୁଦିରେ ଏହାକୁ ପରିଧାନ କରିବାକୁ ଲୋକ ପସନ୍ଦ କରୁଛନ୍ତି ।
ବୃହସ୍ପତିଙ୍କ ପାଇଁ ପୋଖରାଜ -ଧନ ଟଙ୍କାପଇସା,ପଦପଦବି,ମାନସମ୍ମାନ ତଥା ବୃହସ୍ପତି ଗ୍ରହର ଆର୍ଶୀବାଦ ପାଇବା ପାଇଁ ବର୍ତ୍ତମାନ ପୋଖରାଜ ପଥର ସମସ୍ତଙ୍କ ପସନ୍ଦ ପାଲଟିଛି । ସୁନା କିମ୍ବା ରୁପା ମୁଦି ସହ ଏହାକୁ ପିନ୍ଧାଯାଉଛି । ବିଶେଷ କରି ଅଣ୍ଡାକୃତିର ମୁଦି ସମସ୍ତଙ୍କର ପସନ୍ଦ ପାଲଟିଛି ।
ମଙ୍ଗଳ ଦୋଷ ଦୂର କରୁଛି ଲାଲ୍ ପ୍ରବାଳ-ରାଶିରେ ମଙ୍ଗଳ ଗ୍ରହ ଦୋଷ ରହୁଥିବା ଲୋକେ ଲାଲ୍ ପଥର ଧାରଣ କରୁଛନ୍ତି । ସର୍ବନିମ୍ନ ୬ ରତି ଓଜନର ସୁନାମୁଦି ସହ ଏହାକୁ ପରିଧାନ କରୁଛନ୍ତି । ଏହାର ପ୍ରଭାବ ୪ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ ବୋଲିି ବିଶ୍ୱାସ ରହିଛି ।
ଗ୍ରହ ଶାନ୍ତି ପାଇଁ ପନ୍ନା-ବୁଧ ଗ୍ରହ ଶାନ୍ତି କରିବା ନିମନ୍ତ ପନ୍ନା ପଥର ସବୁଠାରୁ ଅଧିକ ପ୍ରୟୋଜକ ଆଟେ । ବିଶେଷ କରି ସୁନା ସହ ଏହାକୁ ଲୋକ ପିନ୍ଧୁଛନ୍ତି । ପୁରୁଷ ମାନେ ସାଧା ଡିଜାଇନ୍ର ମୁଦି ପସନ୍ଦ କରୁଥିବା ବେଳେ ମହିଳାମାନେ ଏଥିରେ ଭିନ୍ନ ଭିନ୍ନ ଡିଜାଇନ୍ କରି ଧାରଣ କରୁଛନ୍ତି ।
Comments ସମସ୍ତ ମତାମତ