Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜିଡିପି ଗତବର୍ଷ ଅପେକ୍ଷା ହ୍ରାସ ପାଇ ହୋଇଛି ୭.୨ ପ୍ରତିଶତ

    Share on :
    ajab-Image
    Date: Jun 1, 2023    Views: 4334

    ନୂଆଦିଲ୍ଲୀ : ୨୦୨୩ ଆର୍ଥିକ ବର୍ଷରେ ସକଳ ଘରୋଇ ଉତ୍ପାଦନ(ଜିଡିପି) ଅଭିବୃଦ୍ଧି ହାର ଗତବର୍ଷ ଅପେକ୍ଷା ହ୍ରାସ ପାଇ ୭.୨ ପ୍ରତିଶତ ହୋଇଛି । ୨୦୨୨ ଆର୍ଥିକ ବର୍ଷରେ ଏହି ହାର ୯.୧ ପ୍ରତିଶତ ଥିଲା। ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୬.୧ ପ୍ରତିଶତରେ ପହଞ୍ଚିଛି । ଏହା ଆକଳନ ଠାରୁ ଅଧିକ। ଗତବର୍ଷ ସମାନ ଚତୁର୍ଥ ତ୍ରୟମାସିକ ଅବଧିରେ ମାତ୍ର ୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଗତ ତ୍ରୟମାସିକରେ ଅର୍ଥାତ୍ ଡିସେମ୍ବରରେ ୪.୪ ପ୍ରତିଶତ ଅଭିବୃଦ୍ଧି ରହିଥିଲା। ଗତବର୍ଷ ସେପ୍ଟେମ୍ବରରେ ୬.୩ ଅଭିବୃଦ୍ଧି ହୋଇଥିଲା। ଗ୍ରସ୍ ଭାଲ୍ୟୁ ଆଡେଡ୍‌ (ଜିଭିଏ )ଆର୍ଥିକ ବର୍ଷ ୨୦୨୩ରେ ୮.୮ ପ୍ରତିଶତରୁ ଖସି ୭ ପ୍ରତିଶତ ହୋଇଛି। ଚଳିତ ତ୍ରୟମାସିକରେ ଜିଭିଏ ୬.୫ ପ୍ରତିଶତ ରହିଛି। ଗତବର୍ଷ ସମାନ ତ୍ରୟମାସିକରେ ଜିଭିଏ ୩.୯ ପ୍ରତିଶତ ରହିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook