Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତର ଜିଡିପି ୩.୫ ଲକ୍ଷ କୋଟି ଡଲାର ପାର

    Share on :
    ajab-Image
    Date: May 24, 2023    Views: 3901

    ନୂଆଦିଲ୍ଲୀ: ୨୦୨୨ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୩.୫ ଲକ୍ଷ କୋଟି ଡଲାର ପାର୍‌ କରିଛି । ଆମେରିକୀୟ ରେଟିଂ ଏଜେନ୍ସି ମୁଡିସ୍‌ ଏହା ପ୍ରକାଶ କରିଛି । ତେବେ ଆସନ୍ତା କିଛି ବର୍ଷ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଜି-୨୦ ଅର୍ଥନୀତିର ମାନ୍ୟତା ବଜାୟ ରଖିବ ବୋଲି ଏହା ପ୍ରକାଶ କରିଛି । ମୁଡିସ୍‌ ଏହା ମଧ୍ୟ କହିଛି ଯେ, ସଂସ୍କାର ଏବଂ ନୀତିଗତ ବାଧକଗୁଡ଼ିକ ଦେଶରେ ନିବେଶକୁ ପ୍ରଭାବିତ କରିପାରେ । ଲାଇସେନ୍ସ ହାସଲ ଏବଂ ବ୍ୟବସାୟ ଆରମ୍ଭ କରିବା ଲାଗି ମଞ୍ଜୁରି ପ୍ରକ୍ରିୟାକୁ ଅତ୍ୟଧିକ ଅମଲାତନ୍ତ୍ର ମନ୍ଥର କରିପାରେ । ଭାରତରେ ନିଷ୍ପତ୍ତି ନେବାବେଳେ ଅମଲାତନ୍ତ୍ରର ପ୍ରଧାନ ଭୂମିକା ରହିଆସିଛି । ଏହା ଅର୍ଥନୀତି ପାଇଁ ବିପରୀତ ଫଳାଫଳ ଦେଇପାରେ । ଏଫ୍‌ଡିଆଇ ପାଇଁ ଭାରତ ଅନୁକୂଳ ସ୍ଥଳ ରହି ଆସିଥିବାବେଳେ ଅତ୍ୟଧିକ ଅମଲାତନ୍ତ୍ର ଯୋଗୁ ଏହା ଆକର୍ଷଣ ହରାଇପାରେ ବୋଲି ମୁଡିସ୍‌ ପ୍ରକାଶ କରିଛି । ଭାରତ ଇଣ୍ଡୋନେସିଆ ଏବଂ ଭିଏତ୍‌ନାମ ଭଳି ଅନ୍ୟ ବିକାଶମୁଖୀ ରାଷ୍ଟ୍ରଗୁଡିକ ସହ ପ୍ରତିଯୋଗିତା କରୁଥିବାବେଳେ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଏହାକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ମୁଡିସ୍‌ ପ୍ରକାଶ କରିଛି ।ଚଳିତ ଦଶନ୍ଧିର ଅବଶିଷ୍ଟ ସମୟରେ ବିନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ବାର୍ଷିକ ୩ରୁ୧୨% ବଢ଼ିବ । ୨୦୩୦ ସୁଦ୍ଧା ଭାରତର କ୍ଷମତା ଚୀନ୍‌ଠାରୁ ଯଥେଷ୍ଟ ଭଲ ରହିବ ବୋଲି ଏହା ନିଜ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook