ମୁଖ୍ୟ ଖବର
ନୂଆଦିଲ୍ଲୀ: ପୂର୍ବତନ କି୍ରକେଟର ତଥା ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ବିଜେପି ସାଂସଦ ଗୌତମ ଗମ୍ଭୀର ତାଙ୍କୁ ‘ଇସଲାମିକ ଷ୍ଟେଟ (ଆଇଏସ)’ କାଶ୍ମୀର ତରଫରୁ ହତ୍ୟା ଧମକ ମିଳିଥିବା ଦିଲ୍ଲୀ ପୁଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଗମ୍ଭୀରଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ବୋଲି ଡିସିପି ଶ୍ୱେତା ଚୌହାନ ପ୍ରକାଶ କରିଛନ୍ତି ।
ଡିସିପି କହିଛନ୍ତି ଯେ, ଆତଙ୍କବାଦୀ ସଂଗଠନ ତରଫରୁ ଗମ୍ଭୀରଙ୍କ ସରକାରୀ ଇମେଲକୁ ଏକ ମେସେଜ ଆସିଥିଲା, ଯେଉଁଥିରେ ସେମାନେ ଗମ୍ଭୀର ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଯାଉଛନ୍ତି ବୋଲି ଲେଖିଥିଲେ । ଏହା ଉପରେ ଏବେ ତଦନ୍ତ ଜାରି ରହିବା ସହ ଏମପିଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଯୋଗ୍ୟ ୨୦୧୯ରେ ମଧ୍ୟ ଗମ୍ଭୀରଙ୍କ ପରିବାରକୁ ଏକ ବିଦେଶୀ ନମ୍ବରରୁ ହତ୍ୟା ଧମକ ଆସିଥିଲା ଏବଂ ସେ ଦିଲ୍ଲୀ ପୁଲିସରେ ଅଭିଯୋଗ କରିଥିଲେ ।
Comments ସମସ୍ତ ମତାମତ